ମୋହନା : ମୋହନାରେ ଭୂକମ୍ପ ଝଟକା । ଘରୁ ବାହାରି ଆସିଲେ ଲୋକେ । ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଅଡ଼ବା, ଚାନ୍ଦିପୁଟ, ଲୁହାଗୁଡ଼ି ଓ ତପ୍ତପାଣି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ପ୍ରାୟ ୨ ସେକେଣ୍ଡ ପାଖାପାଖି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ରହିଛି । ଅପରାହ୍ନ ୧ ଟା ୧ ମିନିଟରେ ଭୂମିକମ୍ପ ହୋଇଥିବା ନେଇ ସୂଚନା ରହିଥିବା ବେଳେ ଆଖ ପାଖି ଅଞ୍ଚଳର ଲୋକ ଘରୁ ବାହାରକୁ ଆସିଥଲେ ।
Views: 45