ନୂଆଦିଲ୍ଲୀ : ବାଂଲାଦେଶ ମୁଖ୍ୟ ମହମ୍ମଦ ୟୁନୁସଙ୍କ ବହୁଦିନର ଇଚ୍ଛା ପୂରଣ ହୋଇଛି। ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା ମଧ୍ୟରେ, ବ୍ୟାଙ୍କକ ମାଟିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଏକ ବୈଠକ ହୋଇଛି। ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ଈଓଗଝଞଋଉ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। କାରଣ ଶେଖ ହସିନାଙ୍କ ସରକାର ଯିବା ପରେ ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ବୈଠକ ଥିଲା। ଦୁଇ ଦେଶ ମଧ୍ୟରେ ତିକ୍ତତା ଯୋଗୁଁ ଏହି ବୈଠକକୁ ନେଇ ସସପେନ୍ସ ରହିଥିଲା। କିନ୍ତୁ ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କର ସମର୍ଥନ କରୁଥିବା ଭାରତ ବାଂଲାଦେଶର ମତକୁ ଗ୍ରହଣ କରି ଦ୍ୱିପାକ୍ଷିକ ବୈଠକ ପାଇଁ ରାଜି ହୋଇଥିଲା। ଏହି କାରଣରୁ ଆଜି ଅର୍ଥାତ୍ ୪ ଏପ୍ରିଲ ୨୦୨୫ରେ, ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଅନୁଷ୍ଠିତ BIMSTEC ଶିଖର ସମ୍ମିଳନୀ ସମୟରେ ୟୁନୁସ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ, ଏହି ବୈଠକରେ ଉଭୟ ନେତା ପାରସ୍ପରିକ ସହଯୋଗ ଏବଂ ଶାନ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ। ୟୁନୁସ ଏବେ ନିକଟରେ ଚୀନ ସହ ଘନିଷ୍ଠତା ବୃଦ୍ଧି କରିଛି, ସେଥିପାଇଁ ଏହି ଭେଟଘାଟ ସ୍ୱତନ୍ତ୍ର ବୋଲି କୁହାଯାଉଝି । ଯାହା ଆଗକୁ ଭାରତ ସପକ୍ଷରେ କାମରେ ଆସିପାରେ । ତେଣୁ ଏହି ଭେଟଘାଟ ତିକ୍ତତା ଦୂର କରିବାରେ ସାହାଯ୍ୟ କରିବ କି ନାହିଁ ତାହା ଦେଖିବା ବାକିରହିଲା ।
ମୋଦି-ୟୁନିସ ବୈଠକ : ପୂରଣ ହେଲା ୟୁନୁସଙ୍କ ଦୀର୍ଘ ଦିନର ଇଚ୍ଛା

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...