ନୂଆଦିଲ୍ଲୀ : ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତ । ମେ ୯ ତାରିଖରେ ମସ୍କୋ ଠାରେ ହେବାକୁ ଥିବା ଭିକ୍ଟ୍ରି ଡେ’ ପରେଡରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଥିଲା । ତେବେ ମୋଦୀଙ୍କ ରୁଷ ଗସ୍ତ ରଦ୍ଦ ନେଇ ସୂଚନା ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପ୍ରେସ୍ ସଚିବ ଦିମିତ୍ରି ପେସ୍କୋବ୍ । ଯଦିଓ ଏହି ଗସ୍ତ ରଦ୍ଦ ହେବାର କାରଣ କହିନାହାନ୍ତି, କୁହାଯାଉଛି ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଅବଶ୍ୟ ଏ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିନାହିଁ ।
Views: 38