ନୂଆଦିଲ୍ଲୀ : ମିଜୋରାମକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଭେଟି । ରେଲୱେ ମାନଚିତ୍ରରେ ଯୋଡି ହେଲା ମିଜୋରାମ । ୧୭୨ ବର୍ଷ ପରେ ମିଜୋରାମରେ ଗଡିଲା ଟ୍ରେନ । ମିଜୋରାମରେ ପ୍ରଥମ ରେଲୱେ ଲାଇନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ବୈରବୀ-ସୈରାଙ୍ଗ ରେଲବ୍ୱେ ଲାଇନ ଉଦଘାଟନ କଲେ । ୩ଟି ନୂଆ ଏକ୍ସପ୍ରେସ ଟ୍ରେନର ବି ଶିଭାରମ୍ଭ କଲେ । ମିଜୋରାମ ବାସୀଙ୍କ ପାଇଁ ଆଜିର ଦିନ ଐତିହାସିକ ଦିନ କହିଲେ ମୋଦି । ନର୍ଥ ଇଷ୍ଟ ବିକାଶ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ । ନର୍ଥ ଇଷ୍ଟର ବିକାଶ ଅର୍ଥ ଦେଶର ବିକାଶ । ସୈରାଙ୍ଗରୁ ନୂଆଦିଲ୍ଲୀକୁ ସାପ୍ତାହିକ ରାଜଧାନୀ ଏକ୍ସପ୍ରେସ, ସୈରାଙ୍ଗରୁ କୋଲକାତାକୁ ୩ ସପ୍ତାହକୁ ଥରେ ମିଜୋରାମ ଏକ୍ସପ୍ରେସ ଏବଂ ସୈରାଙ୍ଗରୁ ଆସାମ ଗୌହାଟିକୁ ଦୈନିକ ଆଇଜଲ ଇଣ୍ଟରସିଟି ଟ୍ରେନ ଚଳାଚଳ କରିବ । ୧୪ ତାରିଖଠାରୁ ମାଲବାହୀ ଟ୍ରେନ ଏହି ରୁଟରେ ଗଡ଼ିବ । ବୈରବିରୁ ସୌରାଙ୍ଗ ୫୧ କିମିରେ ୪୫ଟି ସୁଡ଼ଙ୍ଗ, ୫୫ଟି ସେତୁ ନିର୍ମାଣ ହୋଇଛି । ଯେଉଁଥିରେ କୁତବ ମିନାରଠାରୁ ଉଚ୍ଚ ସେତୁ ଲହିଛି । ଏହା ଭାରତୀୟ ଇଞ୍ଜିନିୟରିଂ ଦକ୍ଷତାର ପ୍ରତୀକ ।
ମୋଦିଙ୍କ ଭେଟି; ମିଜୋରାମରେ ଗଡିଲା ଟ୍ରେନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











