ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ କଲ । ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ । ଦୀପାବଳି ଶୁଭେଚ୍ଛା ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ । ଆଲୋକର ପର୍ବରେ ବିଶ୍ୱକୁ ଆଶାରେ ଆଲୋକିତ କରିବା । ସମସ୍ତ ପ୍ରକାରର ଆତଙ୍କବାଦ ବିରୁଦ୍ଧରେ ଏକତ୍ରିତ ହେବା । ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍ ହାଉସରେ ଦୀପାବଳି ପାଳନ କରିଥିଲେ । ଏହାରି ମଧ୍ୟରେ ସେ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ଏଥି ସହ ଟ୍ରମ୍ପ କହିଥିଲେ ଯେ, ‘‘ମୁଁ ଭାରତର ଲୋକମାନଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି ।’’ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ ଖୁବ୍ କଥା ହୋଇଥିଲେ ଟ୍ରମ୍ପ । ଯେଉଁ ଆଲୋଚନା ବାଣିଜ୍ୟକୁ ନେଇ ରହିଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋଦିଙ୍କୁ ଭଲ ବନ୍ଧୁ ସମ୍ବୋଧନ କରିଥିଲେ ।
Views: 73











