The Ultimate Managed Hosting Platform
ADVERTISEMENT

ମୋଦିଙ୍କୁ ଘାନାର ସର୍ବୋଚ୍ଚ ସମ୍ମାନ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ । “ଦ ଅଫିସର ଅଫ ଦ ଅର୍ଡର ଅଫ ଦ ଷ୍ଟାର ଅଫ ଘାନା” ରେ ସମ୍ମାନିତ । ପିଏମ ମୋଦିଙ୍କୁ ସମ୍ମାନିତ କଲେ ଘାନା ରାଷ୍ଟ୍ରପତି ଜନ୍ ଦ୍ରାମାନି ମହାମା । ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ କହିଲେ ମୋଦି । ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୪ଟି ଚୁକ୍ତି ସ୍ୱାକ୍ଷରିତ । ଏହି ବୈଠକ ପରେ, ଉଭୟ ଦେଶ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ‘ବ୍ୟାପକ ସହଭାଗୀତା’ ସ୍ତରର ଉନ୍ନତି ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଲୋଚନା ପରେ ମୋଦି କହିଛନ୍ତି ଯେ ଭାରତ ଏବଂ ଘାନା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରଖିଛନ୍ତି । ପାରସ୍ପରିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ଚୁକ୍ତିନାମାରେ ସାଂସ୍କୃତିକ ବିନିମୟ କାର୍ୟ୍ୟକ୍ରମ, ପାରମ୍ପରିକ ଔଷଧରେ ସହଯୋଗ, ମାନକୀକରଣ ଏବଂ ପ୍ରମାଣପତ୍ର ସହଯୋଗ, ସ୍ଥାୟୀ ମିଳିତ କମିଶନ ପ୍ରତିଷ୍ଠା କରିବାକୁ ଏହି ଚୁକ୍ତିନାମା ମାଧ୍ୟମରେ ନିଷ୍ପତ୍ତି ନେଇଛନ୍ତି ।
ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଟ୍ୱିଟ୍ କରିଛନ୍ତି ଯେ, “ଘାନାର ଆକ୍ରାରେ ପହଞ୍ଚିବା ପରେ ବିମାନବନ୍ଦରରେ ମୋତେ ସ୍ୱାଗତ କରିବା ପାଇଁ ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ପହଞ୍ଚି ଥିଲେ । ଯାହା ରାଷ୍ଟ୍ରପତି ଡନଙ୍କ ବିଶେଷ ଆଗ୍ରହ ପାଇଁ ମୁଁ ସମ୍ମାନିତ ବୋଲି ମୋଦି କହିଥିଲେ । ଆମ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କକୁ ମଜବୁତ କରିବା ଏବଂ ଏକ ରାସ୍ତା ଖୋଜି ଏକାଠି କାମ କରିବାକୁ ଦୁଇ ଦେଶ ଅପେକ୍ଷା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login