The Ultimate Managed Hosting Platform
ADVERTISEMENT

ମୋକିମଙ୍କ ମନ୍ତବ୍ୟକୁ ସୁର , ଜୟଦେବଙ୍କ ନାପସନ୍ଦ

Facebook
Twitter
LinkedIn

ଭୁବନେଶ୍ୱର : ମୋକିମଙ୍କ ଚିଠି, ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା । ସୁର ରାଉତରାୟ, ଜୟଦେବ ଜେନା ଓ ଅନନ୍ତ ସେଠୀ ରଖିଲେ ପ୍ରତିକ୍ରିୟା । ମୋକିମ ଏପରି କରି ଝିଅ କ୍ୟାରିୟରକୁ ନଷ୍ଟ କରୁଛନ୍ତି କହିଲେ ସୁର । ସେ ତାଙ୍କର ବେପାର କରନ୍ତୁ କି ନୂଆ ଦଳ କରିବାର ଥିଲେ କରନ୍ତୁ । ଯଦି ଚିଠି ଲେଖିଲେ ତାହା ପଦାକୁ ଆସିଲା କାହିଁକି ପଚାରିଲେ ସୁର । ହାଇକମାଣ୍ଡକୁ ଜଣାନ୍ତୁ , ମାତ୍ର ମିଡିଆକୁ ଆସିବା ଠିକ ହେଲାନି କହିଲେ ଅନନ୍ତ । ମୁଁ ମୋକିମଙ୍କ ଏପରି କାର୍ଯ୍ୟକୁ ନାପସନ୍ଦ କରୁଛି ।
ଜୟଦେବ ଜେନା ମଧ୍ୟ ମୋକିମଙ୍କ ସହ ଏକମତ ନୁହେଁ କହିଲେ । ଖଡଗେଙ୍କ ବୟସକୁ ନେଇ ପ୍ରଶ୍ନ କରିବା ଠିକ ହେଲାନି ଭାବୁଛି । ରାହୁଲଙ୍କୁ ଦେଖା କରିପାରିଲେନି କହିବା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ । ରାହୁଲ ସାରା ଦେଶ କଥା ବୁଝୁଛନ୍ତି , ମୁଁ ଲେଖିଥିବା ଚିଠିର ଉତ୍ତର ପାଇଛି । ତେଣୁ ଏହାକୁ ଏକ ଇସ୍ୟୁ କରିବା ବେକାର କଥା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login