The Ultimate Managed Hosting Platform
ADVERTISEMENT

ମୋକିମଙ୍କ ବହିଷ୍କାରକୁ ନେଇ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ; କହିଲେ ଆଉଥରେ ବିଚାର କରିବା ଉଚିତ

Facebook
Twitter
LinkedIn

ଭୁବନେଶ୍ୱର : କଂଗ୍ରେସରୁ ମୋକିମଙ୍କ ବହିଷ୍କାରକୁ ନେଇ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି , ତେଣୁ ଏ ବାବଦରେ ଅଧିକ କହିବିନି । କିନ୍ତୁ ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ । କଟକର ସେ ଜଣେ ମଜବୁତ ନେତା ଥିଲେ , କଟକରେ ପ୍ରଭାବ ପଡିବ ।
ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସରୁ ବହିଷ୍କୃତ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ମୋକିମ ବହିଷ୍କୃତ । ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରସ୍ତାବକୁ ଏଆଇସିସିର ଅନୁମୋଦନ ଦଳୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ସୋନିଆଙ୍କୁ ଚିଠି ଲେଖିଥିଲେ ମୋକିମ । ଭକ୍ତଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ ମୋକିମ । ଭକ୍ତଙ୍କ ନେତୃତ୍ୱରେ ପିସିସି ଆଗକୁ ବଢିବା ଅସମ୍ଭବ ଚିଠିରେ ଲେଖିଥିଲେ । ରାହୁଲ ଓ ଖଡଗେଙ୍କ ନେତୃତ୍ୱ ଉପରେ ବି ପ୍ରଶ୍ନ ଉଠାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login