ଝାରସୁଗୁଡ଼ା : କର୍ଣ୍ଣାଟକ ସହ ଆଜି ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖ । ମେ ୧୦ରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ତା ଉପରେ ସମସ୍ତଙ୍କର ନଜର ରହିଥିଲା। କାରଣ ନବ ଦାସଙ୍କ ହତ୍ୟାକୁ ଦୁଇ ମାସ ପୂରିଥିବା ବେଳେ ଏଯାଏ ଉପନିର୍ବାଚନ ତାରିଖ ଘୋଷଣା ହୋଇନଥିଲା । ଦିନ ଗଡ଼ିବା ସହ ମଉଳିବାରେ ଲାଗିଥିଲା ଉପନିର୍ବାଚନ ଆଶା । ହେଲା ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ସହ ଝାରସୁଗୁଡ଼ା ପାଇଁ ତାରିଖ ଘୋଷଣା ହୋଇଛି । ତେବେ ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଦୀପାଳି ଦାସ ଅଣ୍ଟା ଭିଡିଛନ୍ତି । ଲୋକଙ୍କ ପାଖକୁ ଯିବାକୁ ଲାଗିଛନ୍ତି । ଉଭୟ ବିଜେଡି , ବିଜେପି ଓ କଂଗ୍ରେସ ର ତାରିଖ ପୂର୍ବରୁ ଲୋକଙ୍କ ପାଖରେ ପହଁଚିଛନ୍ତି । ମେ ୧୦ ତାରିଖରେ ମତଦାନ ଥିବା ବେଳେ ୧୩ ରେ ହେବ ଗଣତି ।
Views: 72