The Ultimate Managed Hosting Platform
ADVERTISEMENT

ମେ’ ପହିଲାରୁ ରାଜ୍ୟରେ ଓବିସି ସର୍ଭେ

Facebook
Twitter
LinkedIn

ଭୁବନେଶ୍ୱର: ମେ’ ପହିଲାରୁ ରାଜ୍ୟରେ ଓବିସି ସର୍ଭେ । ପଛୁଆ ବର୍ଗ ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଏହି ସର୍ଭେ ମାଧ୍ୟମରେ ତଥ୍ୟ ଗ୍ରହଣ କରାଯିବ । ଏନେଇ ଚୂଡାନ୍ତ ନିର୍ଦ୍ଦେଶନାମା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଛି । ଏହି ସର୍ଭେ କେବଳ ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ନିର୍ଦ୍ଧାରିତ ସର୍ଭେ ସେଣ୍ଟର କିମ୍ବା ଅନଲାଇନରୁ ଯେକୌଣସି ଗୋଟିଏ ମାଧ୍ୟମରେ ଫର୍ମପୂରଣ କରିପାରିବେ । ପରିବାର ମୁଖ୍ୟ କିମ୍ବା ଜଣେ ବରିଷ୍ଠ ସଦସ୍ୟ ପରିବାରର ସମସ୍ତ ତଥ୍ୟ ସର୍ଭେ ସେଣ୍ଟରରେ ପ୍ରଦାନ କରିପାରିବେ । ରାସନ୍ କାର୍ଡ ସହ ସମସ୍ତ ସଦସ୍ୟଙ୍କର ଯେକୌଣସି ଗୋଟିଏ ପରିଚୟପତ୍ର ନେଇ ଯିବେ ସର୍ଭେ ସେଣ୍ଟର । ରାସନ୍ କାର୍ଡ ନଥିବା ପଛୁଆବର୍ଗ ପରିବାରର ସଦସ୍ୟ ମଧ୍ୟ ତଥ୍ୟ ପ୍ରଦାନ କରିପାରିବେ । ନଚେତ୍ ଅନଲାଇନରେ www.oscbc.odisha.gov.inରେ ବିନା ମୂଲ୍ୟରେ ଫର୍ମ ପୂରଣ କରିପାରିବେ । କିମ୍ବା ମୋ ସେବା କେନ୍ଦ୍ରକୁ ଯାଇ ସ୍ଥିରିକୃତ ଦେୟ ପ୍ରଦାନ କରି ଅନଲାଇନ୍ ଫର୍ମ ପୂରଣ କରିପାରିବେ ହିତାଧିକାରୀ । ଆସନ୍ତା ୨୭ ତାରିଖ ଯାଏ ଏହି ସର୍ଭେ ଚାଲିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login