ବିଧାନସଭାରେ ମେହେନ୍ତର ମାନଙ୍କ ସମସ୍ୟା ସମ୍ପର୍କରେ ମନ୍ତ୍ରୀ ଦେଇଥିବା ତଥ୍ୟର ପ୍ରତିବାଦ

ରାଜ୍ୟ ସରକାରଙ୍କର ଅନୁସୂଚିତ ଜାତି ତାଲିକାରେ କ୍ରମିକ ସଂଖ୍ୟା ୬0ରେ ଉଲ୍ଲେଖ ଥିବା ଜାତି ମେହେତର ଏବଂ ସମ୍ପୃକ୍ତ ଜାତିର ରେକର୍ଡ ଅଫ୍ ରାଇଟ୍ ବା ଜମି ପଟ୍ଟାରେ ଥିବା ରାଜ୍ୟର ୧0ଲକ୍ଷ ମେହେନ୍ତର ଦୀର୍ଘ ବର୍ଷ ଧରି ଜାତିଗତ ପ୍ରମାଣପତ୍ର ନ ପାଇ ସମସ୍ତ ପ୍ରକାର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଥିବାବେଳେ ଗତ ୨୩.0୭. ୨0୨0 ତାରିଖ ଦିନ ବିଧାନସଭାରେ ମାନ୍ୟବର ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସରକାରଙ୍କ ଅନୁପସ୍ଥିତରେ ମାନ୍ୟବର ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଏକ ବୈଧାନିକ ପ୍ରଶ୍ନର ଉତ୍ତରରେ ଯାହା କହିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଦୁଃଖଦାୟକ ବୋଲି ଅଲ୍ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ସାଧାରଣ ସମ୍ପାଦକ ଅଶୋକ କୁମାର ନାୟକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି | ମେହେତର ମାନଙ୍କୁ ଅନୁସୂଚିତ ଜାତି ତାଲିକାରେ ସାମିଲ ପାଇଁ ରାଜ୍ୟ ଅନୁସୂଚିତ ଜାତି /ଜନଜାତି ଗବେଷଣା ପ୍ରତିଷ୍ଠାନର ଗବେଷକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ସର୍ଭେ କରାଯାଇ ଚିଠି ସଂଖ୍ୟା ୨୧୨୭ /ଆର୍ -୮୪ /୮୯ ତା 0୮.୧୧.୧୯୯୯ ରିଖରେ ରାଜ୍ୟ ସରକାରଙ୍କର ଅନୁସୂଚିତ ଜାତି ବିଭାଗକୁ ଜଣାଇ ଦିଆଯାଇଥିବାବେଳେ ମେହେତର ମାନଙ୍କର ଏଥ୍-ନିକ୍ ରିପୋର୍ଟ, କାଷ୍ଟ ସ୍ଟାଟସ ରିପୋର୍ଟ ତଥା ଅନୁସୂଚିତ ଜାତି, ଜନଜାତି ଗବେଷଣା ପ୍ରତିଷ୍ଠାନର ପୂର୍ବତନ ନିର୍ଦେଶକ ଶ୍ରୀଯୁକ୍ତ ଅଖିଳ ବିହାରୀ ଓତାଙ୍କ ଲିଖିତ ପପୁଲେସନ୍ ଅଫ୍ ସେଡ୍ୟୁଲଡ୍ କାଷ୍ଟ ଇନ୍ ଓଡ଼ିଶାର ମେହେନ୍ତର ମାନଙ୍କର ଜାତି, ସାମାଜିକ ବ୍ୟବସ୍ଥାରେ ତାଙ୍କର ସ୍ଥିତି, ମୌଳିକ ବୃତ୍ତି, ବାସସ୍ଥାନ ଓ ପାରମ୍ପରିକ ରୀତିନୀତି ସମ୍ପର୍କରେ ବିଷଦ ଭାବରେ ଉଲ୍ଲେଖ କରାଯାଇଥିବାବେଳେ ରାଜ୍ୟ ସରକାର ଏ ସମସ୍ତ ତଥ୍ୟ ନ ଦେଇ କେଉଁ ଆଧାରରେ ୧୯୭୮ ମସିହାରେ ମେହେନ୍ତର ମାନଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସଂଯୋଗ ପାଇଁ କେନ୍ଦ୍ରକୁ ସୁପାରିସ ଦେଇଥିଲେ, ତାହା ମାନ୍ୟବର ମନ୍ତ୍ରୀ ବିଧାନସଭାରେ ଉଲ୍ଲେଖ କଲେନାହିଁ | ଫଳରେ ଅନେକ ଗୁଡିଏ ଜନଜାତି ସହିତ ମେହେତର ମାନଙ୍କୁ ସାମିଲ କରି ୧୯୭୮ ମସିହାରେ କେନ୍ଦ୍ରକୁ ପଠାଇ ଥିବା ପ୍ରସ୍ତାବଟି ଦୀର୍ଘ ୩୮ ବର୍ଷ ପରେ ଉପଯୁକ୍ତ ମାପଦଣ୍ଡ ବା ତଥ୍ୟ ଅଭାବରୁ ଖବର ହୋଇ ୨0୧୪ ମସିହାରେ ରାଜ୍ୟ ସରକାରଙ୍କ ପାଖକୁ ଫେରି ଆସିଥିଲା | ୨0୧୪ ମସିହା ଠାରୁ ୨0୨୨ ମସିହା ମଧ୍ୟରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି | ଏଣୁ ରାଜ୍ୟର ୧0 ଲକ୍ଷ ମେହେନ୍ତର ପରିବାର ସାମ୍ବିଧାନିକ ଅଧିକାର ପାଇଁ କାମ କରୁଥିବା ଅଲ୍ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ଏ ସମ୍ପର୍କରେ ତାର ଆନ୍ଦୋଳନ କରି ରଖିଥିବାବେଳେ ବାରମ୍ବାର ଏହି ସମସ୍ୟାଟିକୁ ବିଭିନ୍ନ ସ୍ଥାନରେ ଉପସ୍ଥାପନ କରି ଆସୁଛି | ବାସ୍ତବରେ ମେହେନ୍ତର ମାନଙ୍କୁ ନ୍ୟାୟ ଦେବାପାଇଁ ଯଦି ସରକାରଙ୍କର ଆନ୍ତରିକତା ଅଛି, ତାହାଲେ ଏକ ସିଙ୍ଗଲ ପ୍ରପୋଜାଲ ବା ଏକ ପ୍ରସ୍ତାବ ମାଧ୍ୟମରେ ମେହେନ୍ତର ମାନଙ୍କର ସମସ୍ତ ତଥ୍ୟ ସହିତ କେନ୍ଦ୍ରକୁ ସୁପାରିସ କରିବାକୁ ପରିଷଦ ଦାବୀ ଜଣାଉଛି | ଏହି ସାମ୍ବାଦିକ ସମ୍ମିଳନୀରେ ପରିଷଦ ସଭାପତି ସର୍ବଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକ, ଉପସଭାପତି ଗୋପୀନାଥ ନାୟକ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ନାୟକଙ୍କ ସମେତ ପରିଷଦର ପରିଷଦର କର୍ମକର୍ତ୍ତା ଶଙ୍କର ନାୟକ, ଦୀପକ ନାୟକ, ପ୍ରମୋଦ ନାୟକ, ପ୍ରଭାକର ନାୟକ, ଅମର ନାୟକ, ବିକାଶ ନାୟକ, ଭରତ ଚନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ସୁକାନ୍ତ ଗୋଛାୟତ, ଚନ୍ଦନ ନାୟକ ଓ ପ୍ରଭାତ ନାୟକଙ୍କ ସମେତ ଅନେକ ସଭ୍ୟ ଯୋଗ ଦେଇଥିଲେ |