The Ultimate Managed Hosting Platform
ADVERTISEMENT

ମେରଟରେ ସାବୁନ ଫ୍ୟାକ୍ଟ୍ରିରେ ବିସ୍ଫୋରଣ , ୪ ଜଣଙ୍କ ମୃତ୍ୟୁ

Facebook
Twitter
LinkedIn

ୟୁପି : ସାବୁନ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ଉତ୍ତରପ୍ରଦେଶ ମେରଟରେ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସଂପୂର୍ଣ୍ଣ ବିଲିଡିଂ ଭୁଶୁଡି ପଡିଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ସୂଚନା ପାଇଁ ପରେ ସ୍ଥାନୀୟ ପ୍ରଶାସନ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ୟ୍ୟ ଜାରି ରଖିଛି ।ଖବର ମୁତାବକ, ଲୋହିଆ ନଗରର ଏମ୍ ବ୍ଲକରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଆଜି ସକାଳୁ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଭୟଙ୍କର ବିସ୍ଫୋରଣରେ ବିଲିଡିଂ ଭୁଶୁଡି ପଡିଥିଲା । ବିସ୍ଫୋରଣ ସମୟ ରେ ଫ୍ୟାକ୍ଟ୍ରିରେ ୮ ଜଣ ଶ୍ରମିକ ରହିଥିଲେ । ଏହାଛଡା ୨ ଜଣ ଜେସିବି ଚାଳକ ରହିଥିଲେ । ସମସ୍ତଙ୍କୁ ହସପିଟାଲରେ ଆଡମିଟ୍ କରାଯାଇଥିଲା । ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଦ୍ଧାରକାର୍ୟ୍ୟ ପାଇଁ ଘଟଣାସ୍ଥଳରେ ଏନ୍ଡିଆରଏଫ୍ ଟିମ୍ ଉପସ୍ଥିତ ରହିଛି । ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login