ଜଗତସିଂହପୁର : ଜଗତସିଂହପୁରରେ ମେଡିକାଲ କଲେଜ ଖୋଲିବା ଓ ପଲ୍ଲି ସ୍ୱାସ୍ଥ୍ୟକେନ୍ଦ୍ରକୁ କଟକ ସ୍ଥାନାନ୍ତର ବନ୍ଦ କରିବା ଦାବିରେ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସୁରଖା ଅଭିଯାନପକ୍ଷରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରା ସ୍ଥାନୀୟ ସିପି ଛକ ଠାରୁ ବାହାରି କାଦୁଅପଡ଼ା,ମୁଦୂପୂର୍ ଅଳସୁଧା ,ନୁଆପୋଲ,ମଣ୍ଡାସାହି ଆଦି ପଞ୍ଚାୟତ ରେ ବୁଲି ଲୋକମାନଙ୍କୁ ଜଗତସିଂହପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସଚେତନ କରାଯାଇଥିଲା।ଏହି ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ଥିଲା। । ଜିଲ୍ଲାରେ ମେଡିକାଲ କଲେଜ୍ ପ୍ରତିଷ୍ଠା ଆନ୍ଦୋଳନକୁ ସଫଳ କରିବା ପାଇଁ ବିଭିନ୍ନ ଵର୍ଗର ଵେକ୍ତିବିଶେଷ ସାମିଲ ହୋଇଥିଲେ।ଏହି ଶୋଭାଯାତ୍ରାରେ କଂଗ୍ରେସ,ବିଜେପି,ନବନିର୍ମାଣ କୃଷକ ସଂଗଠନ ସହିତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ଏହି ସାମିଲ ହୋଇଥିଲେ।
Views: 71