ମେକ୍ସିକୋ : ମେକ୍ସିକୋର ସୋନୋରା ରାଜ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୨ ଜଣ ଆହତ ହୋଇଛନ୍ତି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ରାଷ୍ଟ୍ରପତି ସେନବାଉମ୍ ପୀଡିତଙ୍କ ପରିବାରକୁ ସହାୟତା ଯୋଗାଇଥିବା ସୂଚନା ମିଳିଛି ।ସୂଚନାନୁଯାୟୀ, ‘ଡେ ଅଫ୍ ଦ ଡେଡ୍’ ଉତ୍ସବ ପାଳନ କରୁଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁ ଉତ୍ସବରେ ପରିବାରବର୍ଗ ସେମାନଙ୍କ ଦିବଂଗତ ପ୍ରିୟଜନଙ୍କୁ ମନେ ପକାଇଥାନ୍ତି । ଏହି ଦୁର୍ଘଟଣା ଉତ୍ସବକୁ ଦୁଃଖରେ ପରିଣତ କରିଥିଲା । ହର୍ମୋସିଲୋ ସହରର ଡିସକାଉଣ୍ଟ କାଉଣ୍ଟରରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଧୂଆଁ ବ୍ୟାପିବାରୁ ଅଧିକାଂଶ ଲୋକଙ୍କର ନିଶ୍ବାସ ନେବାରେ ଅସୁବିଧା ହେବା ଯୋଗୁଁ ମୃତ୍ୟୁ ଘଟିଛି ଯାହା ଆଟର୍ଣ୍ଣି ଜେନେରାଲ ଗୁସ୍ତାଭା ସାଲାସ କହିଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି ଯେ, ଫୋରେନସିକ୍ ଟିମ୍ ମୃତଦେହଗୁଡ଼ିକର ଯାଞ୍ଚ ଆରମ୍ଭ କରିଛନ୍ତି । ବୈଦ୍ୟୁତିକ ତ୍ରୁଟି ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି ।
ମେକ୍ସିକୋ ସୁପର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











