The Ultimate Managed Hosting Platform
ADVERTISEMENT

ମେକ୍ସିକୋରେ ପୋଡାଜଳା !

Facebook
Twitter
LinkedIn

ମେକ୍ସିକୋ : ମେକ୍ସିକୋରେ ଉତ୍ତେଜନା, ପୋଡାଜଳା ଓ ହିଂସା । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହେଲା ଆଡଭାଇଜରି । ମେକ୍ସିକୋରେ ଥିବା ସବୁ ଭାରତୀୟଙ୍କୁ କଡା ପରାମର୍ଶ । ନିଜ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ । ଅପରାଧିକ କାର୍ଯ୍ୟକଳାପ ଠାରୁ ଦୂରେଇ ରହିବାକୁ ପରାମର୍ଶ । ଅନାବଶ୍ୟକ ଚଳପ୍ରଚଳ ନ କରିବାକୁ ବିଶେଷ ଅନୁରୋଧ ।
ସୂଚନା ଅନୁଯାୟୀ, ମେକ୍ସିକୋର ଦୁର୍ଦ୍ଦାନ୍ତ ଡ୍ରଗ୍ସ ମାଫିଆ ତଥା ଉଔଘଏ କାର୍ଟେଲର ମୁଖ୍ୟ ଏଲ୍ ମେଞ୍ଚୋ, ୨୨ ଫେବୃଆରୀ ୨୦୨୬ରେ ମେକ୍ସିକୋ ସେନାର ଏକ ସ୍ୱତନ୍ତ୍ର ଅପରେସନରେ ନିହତ ହୋଇଛି । ଏହି ହତ୍ୟାକାଣ୍ତ ପରେ ଦେଶବ୍ୟାପୀ ହିଂସା ସୃଷ୍ଟି ହୋଇଥିଲା । ସନ୍ଦିଗ୍ଧ ଗ୍ୟାଙ୍ଗ ସଦସ୍ୟମାନେ ସୁରକ୍ଷା ବାହିନୀ ସହିତ ସଂଘର୍ଷ କରିବା ସମୟରେ ବସ୍ ଏବଂ ବ୍ୟବସାୟକୁ ପୋଡ଼ି ଦେଇଥିଲେ।। ୨୦ଟି ମେକ୍ସିକୋ ରାଜ୍ୟରେ ୨୫୦ଟି ସ୍ଥାନରୁ ଅଧିକ ଅବରୋଧ ହଟାଯାଇଛି । ବିଶ୍ୱର ସବୁଠାରୁ ଅଧିକ ଖୋଜାଯାଉଥିବା ଏହି ଅପରାଧୀ ନାମରେ ୧୫ ମିଲିୟନ୍ ଡଲାରର ପୁରସ୍କାର ରାଶି ରହିଥିଲା । ଏହି ଘଟଣା ପରେ ମେକ୍ସିକୋର ବିଭିନ୍ନ ସହରରେ ବ୍ୟାପକ ହିଂସାକାଣ୍ଡ ଏବଂ ଗାଡ଼ି ପୋଡ଼ାଜଳା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login