The Ultimate Managed Hosting Platform
ADVERTISEMENT

ମୃତ୍ୟୁ ସଂଖ୍ୟା ୨୭୫ –ମୁଖ୍ୟ ଶାସନ ସଚିବ

Facebook
Twitter
LinkedIn

ଭୁବନେଶ୍ୱର : ରେଳ ଦୁର୍ଘଟଣାର ମୃତ୍ୟୁ ସଂକ୍ୟା ନେଇ ମୁଖ୍ୟ ସଚିବଙ୍କ ସୂଚନା । ୨୮୮ ନୁହେଁ ଫାଇନାଲ ମୃତ୍ୟୁ ସଂଖ୍ୟା ୨୭୫ । କେତେକ ଡେଡ଼ ବଡ଼ି ଡବଲ କାଉଣ୍ଟିଙ୍ଗ ହୋଇ ଯାଇଥିଲା ବର୍ତ୍ତମାନ ସବୁ କୁ ଫାଇନାଲ ଫିଗର ଜିଲ୍ଲାପାଳ ଙ୍କ ଲିଖିତ ତଥ୍ୟ ଅନୁଯାୟୀ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟରୁ ୭୮ ବଡ଼ିକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ୧୦ ବଡ଼ି ଚିହ୍ନଟ କରାଯାଇଛି ହସ୍ତାନ୍ତର ହେବ ।ବାକି ୧୮୭ଟି ଡେଡ଼ବଡ଼ିକୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।
୧୮୦୦୩୪୫୦୦୬୧ ଟ୍ରୋଲ ଫ୍ରି ନମ୍ବର ଜାରି କରାଯାଇଛି ଯେଉଁ ମାନେ ଡେଡ଼ ବଡ଼ି ଚିହ୍ନଟ ପାଇଁ ଆସୁଛନ୍ତି ସେମାନେ ଏହି ନମ୍ବର ରେ କଲ କରି ପାରିବେ । ଆମର ଅଫିସର ମାନେ ସେମାନଙ୍କୁ ସାହାଯ୍ୟ କରିବେ । ତାଙ୍କୁ କୌଣସି ଅସୁବିଧା ହେବ ନାହିଁ ।୧୯୨୯ କେବଳ ଓଡ଼ିଶା ଲୋକଙ୍କ ପାଇଁ ଏହି ନମ୍ବର ଜାରି କରାଯାଇଛି । ରାଜ୍ୟର ଖର୍ଚ୍ଚ ରେ ଡେଡ଼ ବଡ଼ି କୁ ଗନ୍ତବ୍ୟ ସ୍ଥଳ କୁ ପଠାଯିବ । ୩୮୨ ଜଣ ଆହାତ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ କ୍ରିଟିକାଲ ଅଛନ୍ତି । ସମସ୍ତଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ଯୋଗାଈ ଦେବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login