The Ultimate Managed Hosting Platform
ADVERTISEMENT

ମୁହଁ ଖୋଲିଲେ ମୋକିମ ; କହିଲେ ମୁଁ ରାଜନୀତି କରିବି, କଂଗ୍ରେସ ମୋ ବିଚାରଧାରାରେ ଅଛି

Facebook
Twitter
LinkedIn

ଭୁବନେଶ୍ୱର : କଂଗ୍ରେସରୁ ବହିଷ୍କାର ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ । ଚିଠିକୁ ଗୁରୁତ୍ୱର ସହ ନେଇଥିବାରୁ ମିଡିଆକୁ ଧନ୍ୟବାଦ ଜଣାଉଛି । ପରବର୍ତ୍ତୀ ସମୟରେ କଂଗ୍ରେସ ପଦ କ୍ଷେପ ନେବ ଭାବୁଛି । କଂଗ୍ରେସ ମୋତେ ପ୍ରାଥମିକ ପଦରୁ ବହିଷ୍କାର କରିଛି । କିନ୍ତୁ ମୋ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନି । ଭାବିଥିଲି କଂଗ୍ରେସ ସୁଧାର ଆଣିବ , କିନ୍ତୁ ମୋ ଉପରେ କାଯ୍ୟାନୁଷ୍ଠାନ ହୋଇଛି । ଦଳକୁ ଆଇନ ଦେଖାଇବାରୁ ଯଦି କାର୍ଯ୍ୟାନୁଷ୍ଠାନ ହୋଇଛି , ଏହାକୁ ଗ୍ରହଣ କରୁଛି । ମୁଁ ୨୪ ଘଣ୍ଟା ସମାଜ ପାଇଁ କାମ କରିବି, ରାଜନୀତି ଗୋଟିଏ ପ୍ଲାଟଫର୍ମ । ଆଗକୁ ରାଜନୀତି ଜାରି ରହିବ , ଏଥିରେ ବିରାମ ନାହିଁ । ସମର୍ଥକ, ଶୁଭେଚ୍ଛୁଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବି । ଆମେ ରାହୁଲଙ୍କୁ ଅନୁସରଣ କରୁଥୁଲୁ, ସେ କୁହନ୍ତି କଂଗ୍ରେସ କର୍ମୀ କାହାକୁ ଡରନ୍ତିନି । ତେଣୁ ମୁଁ କାହାକୁ ନ ଡରି ଲେଖିଲି, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲା । ଯାହା କରିଛି ସେଥିରେ ଅନୁଶୋଚନା ନାହିଁ । ଆଗକୁ କଂଗ୍ରେସ ପାଇଁ ଭଲ ହେବ ।
ସୋଫିଆଙ୍କୁ ନେଇ ମଧ୍ୟ ମୁହଁ ଖୋଲିଲେ ମହମ୍ମଦ ମୋକିମ । ସୋଫିଆ ବିଧାୟିକା ଅଛନ୍ତି , ତାଙ୍କର ଏହା ସହ କୈାଣସି ସମ୍ପର୍କ ନାହିଁ । ନିଜ ନିଷ୍ପତ୍ତି ନିଜେ ସୋଫିଆ ନେବେ , ନିଜ କାର୍ଯ୍ୟପନ୍ଥା ନିଜେ ସ୍ଥିର କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login