ଦକ୍ଷିଣ ଭାରତର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍ ପ୍ରଭୁଙ୍କର ଛାଡ଼ପତ୍ର ଖବର ଫ୍ୟାନଙ୍କୁ ସ୍ତବ୍ଧ କରିଦେଇଥିଲା। ଏହା ପରେ ନାଗା ଚୈତନ୍ୟଙ୍କ ମନ୍ତବ୍ୟ ଦେଇଥିଲେ ଯେ ଆପୋଷ ସହମତି ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଦୁହିଁଙ୍କ ଛାଡ଼ପତ୍ରକୁ ନେଇ ପ୍ରଥମଥର ମୁହଁ ଖୋଲିଛନ୍ତି ନାଗା ଚୈତନ୍ୟଙ୍କର ପିତା ତଥା ଜଣାଶୁଣା ଅଭିନେତା ନାଗାର୍ଜୁନ ଅକ୍କିନେନୀ। ସେ କହିଛନ୍ତି ଯେ ଛାଡ଼ପତ୍ର ସାମନ୍ଥା ଚାହୁଁଥିଲେ, ଯେଉଁଥି ପାଇଁ ତାଙ୍କ ପୁଅ ନାଗା ରାଜି ହୋଇଥିଲେ।

ନାଗାର୍ଜୁନ କହିଛନ୍ତି, ନାଗା ଚୈତନ୍ୟ ମୋତେ ସମ୍ଭାଳିବାକୁ ପ୍ରୟାସ କରୁଥିଲେ, କାରଣ ତାଙ୍କୁ ଲାଗୁଥିଲା ଯେ ମୁଁ ଏହାକୁ ନେଇ ଚିନ୍ତାରେ ରହିବି। ଦୁହିଁଙ୍କ ବିବାହକୁ ୪ ବର୍ଷ ହୋଇସାରିଥିଲା, କିନ୍ତୁ ଉଭୟଙ୍କ ମଧ୍ୟରେ କେବେବି ସମସ୍ୟା ଉପୁଜି ନାହିଁ। ଦୁହେଁ ପରସ୍ପରର ବହୁତ ନିକଟତର ଥିଲେ ଏବଂ ସେମାନଙ୍କର ସମସ୍ୟା ଛାଡ଼ପତ୍ର ଯାଏ ଯିବ ବୋଲି ମୁଁ ଭାବିନଥିଲି। ଦୁହେଁ ୨୦୨୧ ନ୍ୟୁ ଇୟର ଏକାଠି ସେଲିବ୍ରେସନ୍ କରିଥିଲେ। ଆଉ ଏହା ପରେ ହିଁ ଦୁହିଁଙ୍କ ମଧ୍ୟରେ ସମସ୍ୟା ଆରମ୍ଭ ହୋଇଥିବ ବୋଲି ଲାଗୁଛି ବୋଲି ନାଗାର୍ଜୁନ କହିଛନ୍ତି।