The Ultimate Managed Hosting Platform
ADVERTISEMENT

ମୁମ୍ବାଇରେ ଗୁଇଲେନ -ବାରି ସିଣ୍ଡ୍ରୋମରେ ପ୍ରଥମ ରୋଗୀ ମୃତ୍ୟୁ, ମହାରାଷ୍ଟ୍ରରେ ଗଲାଣି ୮ ଜୀବନ

Facebook
Twitter
LinkedIn

ମୁମ୍ବାଇ : ମୁମ୍ବାଇରେ ଗୁଇଲେନ୍-ବାରି ସିଣ୍ଡ୍ରୋମ୍ (GBS)ରେ ପ୍ରଥମ ରୋଗୀ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ୮କୁ ବଢ଼ିଛି । ରାଜ୍ୟରେ ବର୍ତ୍ତମାନ GBS ରୋଗ କାୟା ବିସ୍ତାର କରିବାରେ ଲାଗିଛି । ପୁନେ ପରେ ଏବେ ମୁମ୍ବାଇରେ ପ୍ରଥମ ଥର GBSରେ ଆକ୍ରାନ୍ତ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି ।
ମୁମ୍ବାଇର ନାୟାର ହସ୍ପିଟାଲରେ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିବା ଜଣେ ୫୩ ବର୍ଷୀୟ ରୋଗୀଙ୍କ ମୃତ୍ୟୁ ହୋଇଛି । ୱାଡାଲାର ବାସିନ୍ଦା ଏହି ରୋଗୀ ବିଏମସିର ଏକ ହସ୍ପିଟାଲରେ ୱାର୍ଡ ବୟ ଭାବରେ କାର୍ୟ୍ୟ କରୁଥିଲେ । ନାୟାର ହସ୍ପିଟାଲର ଡିନ୍ ଡାକ୍ତର ଶୈଳେଶ ମୋହିତେଙ୍କ ଅନୁସାରେ, ରୋଗୀ ଜଣକ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କର ବହୁ ଦିନ ଧରି ଚିକିତ୍ସା ଚାଲିଥିଲା ।ଗତ ରବିବାର ଫେବୃଆରୀ ୯ରେ ପୁନେରେ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଥିଲା । ଏହି ସାତଟି ମାମଲାରେ ଉଭୟ ସନ୍ଦିଗ୍ଧ ଏବଂ ନିଶ୍ଚିତ ହୋଇଥିବା ମାମଲା ଅନ୍ତର୍ଭୁକ୍ତ । ଏହାରି ମଧ୍ୟରେ ପୁନେରେ ସନ୍ଦିଗ୍ଧ ରୋଗୀଙ୍କ ସଂଖ୍ୟା ୧୯୨କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...

ADVERTISEMENT
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...

Login