ସୁନ୍ଦରଗଡ : ମୁମ୍ବାଇରୁ ଆସିଲା ସୁଟକେସରୁ ଉଦ୍ଧାର ଯୁବତୀଙ୍କ ମୃତଦେହ । ଲେଫ୍ରିପଡା ଥାନା ବନ୍ଦିଲିକାନା ଗାଁ ଶ୍ମଶାନରୁ ହେବ ଶେଷକୃତ୍ୟ । ମୁମ୍ବାଇ କୁର୍ଲାରେ ଯୁବତୀଙ୍କୁ ହତ୍ୟା କରି ସୁଟକେସରେ ରଖିଥିଲା ଅଭିଯୁକ୍ତ । ଗତ ୧୯ରେ ରେଳ ଷ୍ଟେସନରୁ ଜବତ ହୋଇଥିଲା ମୃତଦେହ । ଅଭିଯୁକ୍ତ ସୁନ୍ଦରଗଡର ଯୁବକକୁ ମୁମ୍ବାଇ ପୋଲିସ ଗିରଫ କରିଥିଲା ।
ପ୍ରତିମାଙ୍କ ବଡ଼ ଭାଇ, ଭିଣୋଇ ଓ ଦୁଇ ଜଣ ସଂପର୍କୀୟ ମୁମ୍ବାଇ ଯାଇ ମୃତଦେହ ଆଣିଥିଲେ । ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ମୁମ୍ବାଇରେ ସୁଟକେଶ ଭିତରୁ ଉଦ୍ଧାର ହୋଇଥିଲା ପ୍ରତିମାଙ୍କ ମୃତଦେହ । ଗତ ୧୯ ତାରିଖରେ ପ୍ରତିମାଙ୍କୁ ହତ୍ୟା କରିଥିଲା ପ୍ରେମିକ ଅସ୍କାର ମନୋଜ ବାର୍ଲା । ହତ୍ୟା କରି ସୁଟ୍ କେଶରେ ଭର୍ତି କରି ଏଲ୍ଟିଟି ରେଳ ଷ୍ଟେସନରୁ ଓଡ଼ିଶା ଆସିବାକୁ ଚେଷ୍ଟା କରୁଥିଲେ । ହେଲେ ସେଠାରେ ସକ୍ଷମ ନହେବାରୁ ସେ କୁର୍ଲା ଅଂଚଳ ଯାଇ ସୁଟକେଶକୁ ଛାଡି ପଳାଇଥିଲା । ଏହା ପରେ ଅଭିଯୁକ୍ତ ମନୋଜଙ୍କୁ ଗିରଫ କରିଥିଲା ପୋଲିସ ।
Views: 71