ଆନନ୍ଦପୁର : ଯାଜପୁର ପରେ କେନ୍ଦୁଝର ଆନନ୍ଦପୁରରେ ଝାଡାବାନ୍ତିରେ ସ୍ଥିତି ଅଣାୟତ । ଆନନ୍ଦପୁର ସୀମାନ୍ତ ତରାଇଲୋ ଗାଁରେ ଲଗ୍ନଧରା ଭୋଜି ଖାଇ ଗାଁର ୨୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହେବା ସହ ୨ଜଣଙ୍କର ମୃତ୍ୟୁ ହୋଇଛି । ଲଗ୍ନଧରା ଭୋଜି ଖାଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଆନନ୍ଦପୁର ଉପଖଣ୍ଡ ମେଡିକାଲ ୧୭ ଜଣ, ସାଇଁକୁଳରେ ୮ଜଣ ପୁରୁଷ ଏବଂ ମହିଳା ଚିକିିତ୍ସୀତ ହେଉଛନ୍ତି । ୮ ଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ସୁଦର୍ଶନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଆନନ୍ଦପୁର ଡାକ୍ତରଖାନାରେ ମୃତ୍ୟୁ ପରେ ଆତଙ୍କ ଖେଳି ଯାଇଛି । ପରେ କଟକ ବଡ ଡାକ୍ତରଖାନାରେ ବସନ୍ତ ପାତ୍ର ନାମକ ଜଣେ ବ୍ୟକ୍ତି ମଧ୍ୟ ମୃତ୍ୟୁ ବରଣ କରିଛନ୍ତି ।
Views: 7