ନୂଆଦିଲ୍ଲୀ: ଇଡିର ଷଷ୍ଠ ସମନ ସତ୍ତ୍ବେ ଇଡିରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଲ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଷଷ୍ଠ ଥର ଲାଗି ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଷଷ୍ଠ ସମନ ସତ୍ତ୍ଵେ ଆଜି ହାଜର ହେଇନାହାନ୍ତି କେଜରିୱାଲ। କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କର ବୋଲି କହିଛନ୍ତି କେଜରିୱାଲ। ପୂର୍ବରୁ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସମନକୁ ବେଆଇନ ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି।
Views: 71