The Ultimate Managed Hosting Platform
ADVERTISEMENT

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Facebook
Twitter
LinkedIn

ଜଗତସିଂହପୁର : ଆଜି ଅକ୍ଟୋବର ୧୬ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୭ ତମ ଜନ୍ମ ଦିନ। ତେବେ ଏହି ଅବସରରେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପରିବାର ଆନୁକୂଲ୍ୟରେ ଜଗତସିଂହପୁର ସ୍ଥିତ ସାରଦା ମଣ୍ଡପ ଠାରେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନିଦେ୍ର୍ଦଶରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି କାର୍ୟ୍ୟକ୍ରମକୁ ଜିଲାପରିାଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।ବିଜୁ ଜନତା ଦଳର ନଗର ସଭାପତି ପ୍ରିୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଛାତ୍ର ବିଜେପି,ଯୁବ ବିଜେଡି ଓ ମହିଳା ବିଜେଡି ର କର୍ମକର୍ତା ମାନେ ରକ୍ତଦାନ କରିଥିଲେ। ବିଜେଡ଼ିର କର୍ମୀ ମାନେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ତାଙ୍କର ଦୀର୍ଘାୟୁ କାମନା କରିବା ସହିତ ସେ ଆହୁରୁ ଆଗକୁ ଆଗକୁ ଯାଆନ୍ତୁ ବୋଲି ମା ଶାରଳା ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login