ଆନନ୍ଦପୁର : ବଢିବାରେ ଲାଗିଛି ଲୁଟେରାଙ୍କ ଆତଙ୍କରାଜ । କାହାରିକୁ ଭୟ ନ କରି ଖୁଲମଖୁଲା କରୁଛନ୍ତି ଲୁଟ । ଏଭଳି ଏକ ଘଟଣା ଘଟିଛି ଆନନ୍ଦପୁରରେ । ଗତକାଲି ବିଳମ୍ବିତ ରାତିରେ କୃଷିଜାତ ସାମଗ୍ରୀ ଦୋକାନରୁ ୨ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ମୁଖା ପିନ୍ଧା ଦୁର୍ବୁତ୍ତ ଲୁଟ କରିଥିବା ଅଭିଯୋଗ ହୋଇଛି । ଦୋକାନ ଭିତରେ ବ୍ୟବସାୟୀ ନଗଦ ୨ ଲକ୍ଷରୁ ଅଧିକ ଟଙ୍କା ରଖି ଘରକୁ ଆସିଥିଲେ । ତେବେ ଘରୁ ଫେରି ଦୋକାନର ସଟର ଖୋଲି ଦେଖିଲା ବେଳକୁ ସେ ରଖିଥିବା ଟଙ୍କା ନାହିଁ । ଯାହା ପରେ ଦୋକାନରୁ ଲୁଟହୋଇଥିବା ଜାଣିବାକୁ ପାଇଥିଲେ । ସମ୍ପୁର୍ଣ୍ଣ ଚୋରୀର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ଘଟଣାକୁ ନେଇ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହେଲା ପରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
Views: 52











