The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ମୁଁ ସମାଜସେବୀ

Facebook
Twitter
LinkedIn

ଆଜିକାଲି ପ୍ରତ୍ୟେକ ଲୋକ ନିଜକୁ ସମାଜସେବକ କିମ୍ବା ନିଜକୁ ଗୋଟେ ଭଲ ସମାଜସେବୀ ହେବାର ଆକ୍ଷ୍ୟା ଦେଉଛନ୍ତି | କିନ୍ତୁ ଗୋଟେ ପକୃତ ସମାଜ ସେବକ ସେ କେବେ କହି ବୁଲେନି ମୁଁ ଗୋଟେ ସମାଜ ସେବକ ଲୋକଙ୍କ ସେବା କରୁଛି |ଲୋକଙ୍କ ପାଇଁ ମୋ ଜୀବନର ପ୍ରତ୍ୟେକଟି ଗୁରୁତ୍ୱପୂର୍ଣ୍ଣ ସମୟକୁ ଏମାନଙ୍କୁ ମୁଁ ଦେଉଛି | ମୁଁ ଅର୍ଜିତ କରିଥିବା କିଛି ଅର୍ଥରୁ କିଛି ଅର୍ଥ ଏମାନଙ୍କୁ ଦାନ କରୁଛି | କିନ୍ତୁ ଥରେ ଦେଖନ୍ତୁ ଯେଉଁମାନେ ସମାଜସେବା କରିବା ନାଁରେ ନିଜକୁ ମହାନ ବୋଲି କୁହନ୍ତି ସତରେ ସେମାନେ କଣ ମହାନ | ଲୋକଙ୍କୁ ସାହାଯ୍ୟ କରି ନିଜ କ୍ୟାମେରାରେ ଫଟୋ ସବୁ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରି କହିବା କଣ ମହାନ କାମ | ମହାନ ବ୍ୟକ୍ତି ସବୁବେଳେ ମହାନତା କରିଥାନ୍ତି କିନ୍ତୁ ଏପରି ମହାନତା କାମ ଦେଖିଲେ ଦୁଃଖ ଲାଗେ |କାରଣ ଲୋକଙ୍କ ଅଭାବକୁ ନେଇ ଲୋକଙ୍କ ଭାବନା ସହ ଖେଳିବାକୁ ଏମାନଙ୍କୁ ସବୁବେଳେ ସୁଯୋଗ ମିଳିଯାଉଛି | ଯାହାଫଳରେ ଏମାନେ ନିଜକୁ ସମାଜସେବୀ ହେବାର ଭଲ ଭୂମିକା ନିର୍ବାହ କରନ୍ତି |
କାହା ପେଟର ଭୋକକୁ ମେଣ୍ଟାଇବା ପାଇଁ ଯଦି ଦୁଇମୁଠା ଖାଇବା ଦାନ କରୁଛ ତେବେ କାହିଁକି ପୁଣି ସେହି ଦାନାରେ ଧୂଳି ଛାଟୁଛ | ଆମେମାନେ ଯେତେବେଳେ କୌଣସି ଭୋଜିରେ ଯାଉ ଯଦି କ୍ୟାମେରା ମ୍ୟାନ ଆମ ମୁହଁକୁ କ୍ୟାମେରା ପକେଇ ଦିଏ ସେତେବେଳେ ଆମେମାନେ ଆମ ଖାଇବା ବନ୍ଦ କରିଦେଉ ଆଉ ସେହି କ୍ୟାମେରା ମ୍ୟାନ ଜଣକ ସେଠୁ ଗଲାପରେ ଆମେ ପୁଣି ଆମ ଖାଇବା ଆରମ୍ଭ କରିଥାଉ କାରଣ ଖାଇବା ବେଳେ ଯଦି ମୁହଁରେ କ୍ୟାମେରା ପଡେ ସେତେବେଳେ ଆମ ମାନଙ୍କୁ ଲାଜ ଲାଗେ ଆଉ ସେଥିପାଇଁ ଆମେ ସେହି ଟିକକ ସମୟ ପାଇଁ ଆମ ଖାଇବା ବନ୍ଦ କରିଦେଉ | କିନ୍ତୁ ଏଠି ଲୋକଙ୍କୁ ଖାଇବା ଦେଲାବେଳେ ଲୋକଙ୍କୁ ଆଉ କୁହାଯାଉନି ଯାଅ ଯାଅ ଭୋକ ହେଉଥିବ ଆଗ ଖାଇଦେବ ବରଂ ଏକଥା କୁହା ଯାଉଛି ରୁହ ଏଇଠିକି ଆସ ଖାଇବା ନିଅ ଗୋଟେ ଫୋଟ ଉଠିବ ତାପରେ ତୁମେ ତମ ଖାଇବା ଆରମ୍ଭ କରିବ କିନ୍ତୁ କଥା ଏତିକିରୁ ସରିଯାଏନି | ସେମାନେ ଖାଇବା ଧରି ସେହି ଫୋଟ ଉଠାନ୍ତି | ଆଉ ଯେତେବେଳେ ସେହି ଖାଇବା ତାଙ୍କ ପାଟିକି ନିଅନ୍ତି ସେଠି ଆମର କିଛି ସମାଜ ସେବକ ଭାଇ ଭଉଣୀ ମାନେ କୁହନ୍ତି ରୁହ ରୁହ କ୍ୟାମେରାଟା ଅନ ହେଉ ତାପରେ ଆପଣ ଖାଇବେ | ଏଗୁଡା କଣ ଠିକ କି | ଯଦି ଆପଣ ସହୃଦୟରୁ ଅନ୍ୟ ପେଟକୁ ମୁଠାଏ ଖାଇବା ଦେଉଛନ୍ତି ତେବେ ସେମାନଙ୍କୁ ଏମିତି କହିବା କେତେ ଯଥାର୍ଥ ଥରେ ଆପଣ ଭାବନ୍ତୁ | ପେଟ ଅଛି ମାନେ ଭୋକ ରହିବ ଆଉ ଭୋକ ରହିଲେ ଅଭାବ ରହିବ | ଏଠି ଧନୀଙ୍କ ସଂଖ୍ୟା ଆଉ ଗରିବଙ୍କ ସଂଖ୍ୟା ନ କହିଲେ ଭଲ କିନ୍ତୁ ଏଭଳି ମନୋଭାବ ରଖି ଲୋକଙ୍କୁ ଦାନ କରି ସୋସିଆଲ ମିଡିଆରେ ନିଜକୁ ମହାନ କହିବା କିଛି ଆବଶ୍ୟକ ନାହିଁ |
ଜଣେ ସମାଜ ସେବକଙ୍କୁ ପଚାରିଲି ଯଦି ଆପଣ ସମାଜ ସେବା କରୁଛନ୍ତି ତେବେ ଏ ଫୋଟକୁ କାହିଁକି ଆପଣ ଏତେ ଗୁରୁତ୍ୱ ଦେଉଛନ୍ତି | ସେହି ସମାଜ ସେବକ ଜଣଙ୍କ ଉତ୍ତର ଦେଇ କହିଥିଲେ ଆମେ ଏମିତି କଲେ ଲୋକମାନେ ମଧ୍ୟ ଆଗ୍ରହ ହେବେ ଏବଂ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଆଗକୁ ଆଗେଇ ଆସିପାରିବେ କାରଣ ସୋସିଆଲ ମିଡ଼ିଆ ହିଁ ଏକମାତ୍ର ମାଧ୍ୟମ ଯାହା ଜଣେ ଜଣଙ୍କୁ ଅନୁପ୍ରାଣିତ କରିଥାଏ | ସାହାଯ୍ୟ କରିବାର ମନୋବୃତ୍ତିକୁ ଜାଗ୍ରତ କରାଇଥାଏ | ସେଇଠୁ ମୁଁ ସେହି ସମାଜ ସେବକ ଜଣଙ୍କୁ କହିଥିଲି ଯଦି ଲୋକଙ୍କୁ ଖାଇବା ଦେଲାବେଳେ ଆପଣ ଲୋକଙ୍କ ଫୋଟକୁ ପୋଷ୍ଟ କରିକି ନୁହେଁ ବରଂ ସେହି ଖାଇବାର କେବଳ ଫଟୋ ଉଠେଇ ଛାଡ଼ନ୍ତୁ କିନ୍ତୁ ଲୋକଙ୍କୁ ଏମିତି ଖାଇବା ଦେଇ ସୋସିଆଲ ମିଡିଆରେ ଦେଖେଇ ହୁଅନ୍ତୁନି କାରଣ ବିଚରା ଗରିବ ଲୋକଗୁଡ଼ା ପେଟର ଭୋକକୁ ସହି ନ ପାରି ଖାଇବାକୁ ଚାଲି ଆସୁଛନ୍ତି ଆଉ ଆପଣ ମାନେ ସେମାନଙ୍କର ଭଲ ଫାଇଦା ଉଠାଉଛନ୍ତି | କାରଣ ପ୍ରତ୍ୟେକ ଲୋକଙ୍କ ପେଟରେ ଭୋକ ଥାଏ ଆଉ ମନରେ ଲାଜ ଥାଏ | ତେଣୁ ଆପଣ ବାଣ୍ଟୁଥିବା ଖାଦ୍ୟ ପ୍ରତ୍ୟେକ ଗରିବ ଲୋକ ଖାଉଥିବେ ତାର କିଛି ମାନେ ନାହିଁ କାରଣ ଆପଣଙ୍କ କ୍ୟାମେରାକୁ ଦେଖି ଆଉ ଅଧା ଲୋକ ନିଜ ଭୋକକୁ ନିଜ ପେଟରେ ଚାପି ଦେଉଥିବେ | ତାପରେ ମୋତେ ଆଉ ମୋ ପ୍ରଶ୍ନର ଉତ୍ତର ମିଳିନଥିଲା | କିନ୍ତୁ ଆଜିବି ସୋସିଆଲ ମିଡିଆ ଖୋଲୁ ଖୋଲୁ ଦେଖିବାକୁ ମିଳେ ଆଜି ଏ ସଂଗଠନ ଏତିକି ଦାନ କଲେ | ଏତେ ଖାଇବାକୁ ଦେଲେ | ଏଟା କଲେ ସେଟା କଲେ | ଆରେ ଭାଇ ତମେ କଣ ଟା କଲ ବରଂ ଗୋଟେ ଅଭାବୀ ଲୋକର ପେଟର ଭୋକକୁ ତମେ ମଜାକ ବନେଇ ଦେଲ |
ଯଦି ସାହାଯ୍ୟ କରିବାର ମନୋବୃତ୍ତି ଅଛି ତେବେ ସହୃଦୟରୁ କରନ୍ତୁ |ସୋସିଆଲ ମିଡିଆରେ ଫୋଟ ପୋଷ୍ଟକୁ ଗୁରୁତ୍ୱ ନ ଦେଇ ଲୋକଙ୍କ ସମସ୍ୟାର ସମାଧାନର ସାଥି ହୁଅନ୍ତୁ | ନିଜକୁ ସମାଜସେବୀ କହିବା ଆଗରୁ ଆପଣ ପକୃତରେ ସମାଜସେବା କରନ୍ତୁ | ଲୋକ ଦେଖାଣିଆ ପାଇଁ ନୁହେଁ ଲୋକଙ୍କ ହୃଦୟ ଦେଖିବାକୁ ଚେଷ୍ଟା କରନ୍ତୁ | ସମସ୍ୟା ଘେରରେ ପ୍ରତ୍ୟେକ ଅଭାବୀ ପରିବାର ସେମାନଙ୍କୁ ସମବେଦନା ଜଣେଇଲା ବେଳେ ଫୋଟର ଆବଶ୍ୟକତା ନଥାଏ ବରଂ ଗୋଟେ ସହୃଦୟ ବ୍ୟକ୍ତି ବିଶେଷଙ୍କର ମିଠା ମିଠା କଥା ଲୋଡ଼ା ଥାଏ | ଲୋକମାନେ ସେତେବେଳେ ନିଜ କଷ୍ଟ ଭୁଲିଯାଆନ୍ତି ଯେତେବେଳେ ସେମାନଙ୍କ କଷ୍ଟ ଦୂର କଲାବାଲା ମିଳିଯାଆନ୍ତି | କିନ୍ତୁ ଆଜିର ଦିନରେ ଖୁବ କାମ ଲୋକ ଏମିତି ଥାନ୍ତି ଯିଏ ସୋସିଆଲ ମିଡ଼ିଆ ନୁହଁ ବରଂ ଲୋକଙ୍କ ପେଟର ଭୋକକୁ ଦେଖି ଖାଇବା ଯୋଗାଇ ଦିଅନ୍ତି | ସେମାନଙ୍କ ସୁଖ-ଦୁଃଖର ସାଥି ହୋଇ ପ୍ରତ୍ୟେକ ସମୟରେ ସେମାନଙ୍କ ପାଖରେ ଠିଆ ହୁଅନ୍ତି |

ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login