The Ultimate Managed Hosting Platform
ADVERTISEMENT

ମିଶନଶକ୍ତିର ଅସଲମୁଖା ଖୋଲିଲେ ମହିଳା ,ଜୀବିକା ମିଶନର ପ୍ରତାରଣାକୁ ନେଇ କଂଗ୍ରେସର ଅଭିଯୋଗ

Facebook
Twitter
LinkedIn

ଭୁବନେଶ୍ୱର : ମିଶନ ଶକ୍ତିର ମହିଳାଙ୍କ ସଶକ୍ତିକରଣକୁ ନେଇ ରାଜ୍ୟ ସରକାରଙ୍କର ମିଥ୍ୟା ପ୍ରଚାରର ଅସଲ ଚେହେରାକୁ ଆଜି ପଦାରେ ପକାଇଛି କଂଗ୍ରେସ । ଜୀବିକା ମିଶନ ମାଧ୍ୟମରେ ମିଶନ ଶକ୍ତି ବିଭାଗ କିଭଳି ଭାବରେ ମହିଳାଙ୍କୁ ପ୍ରତାରଣା କରୁଛି ତାହାର ନଗ୍ନ ଉଦାହାରଣ ଉପସ୍ଥାପିତ କରାଯାଇଛି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ । ଜଳେଶ୍ୱର ବ୍ଲକ ଅଧିନସ୍ଥ ଚମାରଗାଁ ପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଭ୍ୟାମାନେ ବାରମ୍ବାର ମିଶନଶକ୍ତି ଦ୍ୱାରା ପ୍ରତାରିତ ହେବାପରେ ଆଜି ସେମାନେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇ ଜଳେଶ୍ୱର ବ୍ଲକର ବିଡିଓ, ଜଳେଶ୍ୱର ବ୍ଲକ ଜୀବିକା ମିଶନର ପ୍ରେଜେକ୍ଟ ମ୍ୟାନେଜର, ବାଲେଶ୍ୱର ଜିଲ୍ଲାପାଳ ଇତ୍ୟାଦିଙ୍କୁ ପକ୍ଷଭୁକ୍ତ କରିବା ପରେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ମିଶନଶକ୍ତିର ପ୍ରବଂଚନାର ମହାଖୋଲାସା କରିଥିଲେ ।
ଜଳେଶ୍ୱରର କଂଗ୍ରେସ ନେତା ତଥା ଦଳର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସଙ୍କ ଉପସ୍ଥିତିରେ ଚମାରଗାଁ ପଂଚାୟତର ମହିଳା ନେତ୍ରୀ ଅର୍ଣ୍ଣପୂର୍ଣ୍ଣା ଘୋଷ, ଭାରତୀ ଡିଣ୍ଡା ଓ ନବୀନ ପରିଡ଼ା ପ୍ରମୁଖ ସେହି ପଂଚାୟତରେ ମିଶନଶକ୍ତି ଦ୍ୱାରା ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲେ । ମିଶନଶକ୍ତି ଅଧିନସ୍ଥ ମିଶନ ଶକ୍ତି ବିଭାଗ ଦ୍ୱାରା ଉନ୍ନତ ଗାଈଚାଷ ମାଧ୍ୟମରେ ମହିଳାମାନଙ୍କର ଆର୍ଥିକ ବିକାଶକୁ ଲକ୍ଷ୍ୟ ରଖି ୧୦ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ କାର୍ୟ୍ୟକାରୀ ହୋଇଥିଲା । ମିଶନଶକ୍ତି ବିଭାଗର ଗାଇଡଲାଇନ ଅନୁସାରେ ପ୍ରତି କ୍ଳଷ୍ଟରେ ୩୦ ଜଣ ମହିଳାଙ୍କୁ ଅର୍ନ୍ତଭୁକ୍ତ କରି ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ୩୦ ହଜାର ଟଙ୍କାର ଗାଈ ଦିଆଯିବା କଥା । ଗାଈ ଗୁଡ଼ିକ ଉନ୍ନତମାନର ଜର୍ଷି ସିନ୍ଧି ଗାଈ ହେବା ସହିତ ପ୍ରତିଟି ଗାଈର ସର୍ବନିମ୍ନ ଦୁଇଟି ବାଛୁରୀ ଥିବା ସହ ୮-୧୦ ଲିଟର କ୍ଷୀର ଦେଉଥିବା ବାଧ୍ୟତାମୂଳକ ବୋଲି ଗାଇଡଲାଇନରେ ଉଲ୍ଲେଖ ଅଛି । ମାତ୍ର ଜୀବିକା ମିଶନ ଏହି ମହିଳମାନଙ୍କୁ ଗାଈ ଦେଲାବେଳେ ଏସବୁ ମାନଦଣ୍ଡକୁ ଅଣଦେଖା କରାଯାଇଛି । ଏପରିକି ଅନେକ ଗାଈ ମଧ୍ୟ ଦିନକୁ ୧ ଲିଟର କ୍ଷୀର ଦେଉନାହନ୍ତି ଏବଂ ସେମାନଙ୍କର ବାଛୁରି ମଧ୍ୟ ନାହିଁ । ଏହି ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ଲୋକାୟୁକ୍ତରେ ମହିଳାମାନେ ଜଳେଶ୍ୱର ବ୍ଲକର ବିଡିଓ, ପ୍ରେଜେକ୍ଟ ମ୍ୟାନେଜର ଓ ଜିଲ୍ଲାପାଳଙ୍କୁ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଓଡ଼ିଶା ସରକାରଙ୍କର ମିଶନଶକ୍ତି କିଭଳି ଦୁର୍ନୀତିର ଏକ ମିଶନ ହୋଇଛି ତାହା ଅବତାରଣ କରିଥିଲେ । ସେ କହିଲେ ମିଶନଶକ୍ତି ମାଧ୍ୟମରେ ମହିଳା ଗ୍ରୁପକୁ ଋଣ ଦେବବେଳେ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନଙ୍କର ସୁଧ ଛାଡ଼ କରାଯିବ । ମାତ୍ର ଆଜିପର୍ୟ୍ୟନ୍ତ କୌଣସି ମହିଳା ଗ୍ରୁପ ନେଇଥିବା ଋଣର ସୁଧ ଛାଡ଼ କରାଯାଇନାହିଁ । ମହିଳାଗ୍ରୁପ ଗୁଡ଼ିକୁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ପରିବର୍ତେ ସେମାନଙ୍କୁ ମହାଜନୀ କାରବାରର ଏଜେଂଟ ଭାବରେ ନିୟୋଜିତ କରିଛନ୍ତି । ଏହା ଓଡ଼ିଶାର ମହିଳା ଓ ମହିଳାଗ୍ରୁପ ମାନଙ୍କ ପ୍ରତି ପ୍ରତାରଣା ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ ।
ଶ୍ରମତୀ ଅର୍ଣ୍ଣପୂର୍ଣ୍ଣା ଘୋଷ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ସେମାନଙ୍କର ଦୁଃଖ ଓ ପ୍ରତାରଣାର କାହାଣୀ ବର୍ଣ୍ଣନା କରିଥିଲେ । ଗାଈର କ୍ଷୀର ବିକ୍ରୀକରି ଆତ୍ମ ନିର୍ଭରଶୀଳ ହେବାତ ଦୁରର କଥା ଗାଈକୁ ଦାନା ଦେଇ ଦେଇ ସେମାନେ କିଭଳି ଭାବରେ ନୟାନ୍ତ ହୋଇଛନ୍ତି ତାହାର କହାଣୀ ସେ ବର୍ଣ୍ଣନା କରିଥିଲେ ।
ପିସିସିର ବରିଷ୍ଠ ପ୍ରବକ୍ତା ଶ୍ରୀ ରଜନୀ କୁମାର ମହାନ୍ତି ଓଡ଼ିଶାର ୭୦ଲକ୍ଷ ମହିଳା ଆତ୍ମ ନିର୍ଭରଶୀଳ ହେବା ଏକ ସରକାରୀ ପ୍ରବଂଚନା ବୋଲି କହିବା ସହିତ ମାତ୍ର ୬ଲକ୍ଷ ମହିଳା ଆତ୍ମନିର୍ଭରଶୀଳ ହୋଇଛନ୍ତି ବୋଲି ଅଭିଯୋଗ ବାଢ଼ିଥିଲେ । ବାକି ୬୪ଲକ୍ଷ ମହିଳା ଋଣ ନେଇ କ’ଣ ଉତ୍ପାଦନ କରୁଛନ୍ତି ବା କେଉଁ କାମ କରୁଛନ୍ତି ତାହା ରାଜ୍ୟ ସରକାରଙ୍କ ମିଶନଶକ୍ତି ନିର୍ଦ୍ଦେଶାଳୟରେ ବା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ବା ୫ଟି ଅଧ୍ୟକ୍ଷଙ୍କ ପାଖରେ ଏ ତଥ୍ୟ ନାହିଁ । ତେଣୁ ଏତେ ବଡ଼ ବର୍ଗ ମହିଳାଙ୍କର ଅର୍ଥନୈତିକ କିଭଳି ହେଉଛି ବୋଲି ଯୁକ୍ତି ବାଢ଼ୁଛନ୍ତି । ପ୍ରକୃତରେ ରାଜ୍ୟରେ ମିଶନଶକ୍ତିର ସାମିଲ ହୋଇଥିବା ମହିଳାଙ୍କର ଦୈନିକ ୧୭ ଟଙ୍କା ୬୪ ପଇସା ଅଟେ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀଯୁକ୍ତ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login