ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ । ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର । ରାଖେଲଗୁଡା ମହିଳାଙ୍କ କଟାମୁଣ୍ଡ ହୋଇଥିବା ସନେ୍ଦହ । ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ମିଳିବାକୁ ନେଇ ହୋଇଥିଲା ତୁମୁଳକାଣ୍ଡ । କଟାମୁଣ୍ଡ ମିଳୁ ନ ଥିବାରୁ ଏମଭି-୨୬ ଓ ରାଖେଲଗୁଡା ମୁଧ୍ୟରେ ବିବାଦ ଦେଖା ଦେଇଥିଲା । ପୋଟେରୁ ନଦୀର ନାମକୋଣ୍ଡା ଡଙ୍ଗା ଘାଟରୁ ମିଳିଛି ମହିଳାଙ୍କ କଟାମୁଣ୍ଡ । ଘଟଣାସ୍ଥଳରେ କାଲିମେଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ନେଇ ମାଲକାନଗିରି ଏସ୍ପି ସୂଚନା ଦେଇଛନ୍ତି ।
Views: 49











