The Ultimate Managed Hosting Platform
ADVERTISEMENT

ମିଳିବ ଜଟଣୀ ଜମି ପଟ୍ଟା

Facebook
Twitter
LinkedIn

ଭୁବନେଶ୍ୱର : ଜଟଣୀ ଖାସମାହାଲ ଜମି ସମସ୍ୟାର ସମାଧାନ ପାଇଁ ନିଦେ୍ର୍ଦଶ । ସମସ୍ୟା ସମାଧାନ କରି ପଟ୍ଟା ଦେବାକୁ ନିଦେ୍ର୍ଦଶ ଦେଲେ ମୁଖ୍ୟମନ୍ତ୍ରୀ । ୩ ମାସ ମଧ୍ୟରେ ସମାଧାନ କରି ଡିସେମ୍ବରରେ ପଟ୍ଟା ଦେବାକୁ ନିଦେ୍ର୍ଦଶ । ଜଟଣୀ ଖାସମାହାଲ ଜମି ପଟ୍ଟା ଦ୍ୱାରା ୫୩୭ ପରିବାର ଉପକୃତ ହେବେ । ଲୋକଙ୍କୁ ପଟ୍ଟା ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ବାରା ୫୩୭ ପରିବାର ଉପକୃତ ହେବେ । ସେହିପରି ଭୁବନେଶ୍ବର ତହସିଲରେ ପତିତ ଜମିର ସ୍ବତ୍ତ୍ବ ନେଇ ଦୀର୍ଘ ୬୦ ବର୍ଷ ଧରି ସମସ୍ୟା ଲାଗି ରହିଛି । ଏ ସମ୍ପର୍କରେ ବିଭିନ୍ନ ରାଜସ୍ବ ଅଦାଲତରେ ୧୦ ହଜାର ୫୪୩ଟି ମାମଲା ରହିଛି । ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ଲୋକମାନେ ଫାଇଭ-ଟି ସଚିବଙ୍କୁ ଜମିଜମା ସଂପର୍କରେ ଅଭିଯୋଗ ଜଣାଇଥିଲେ । ଜଟଣୀ ତହସିଲରେ ଖାସମାହଲ ସମସ୍ୟା ଦୀର୍ଘ ବର୍ଷଧରି ଲାଗି ରହିଥିବାରୁ ସମାଧାନ ପାଇଁ ଅନୁରୋଧ କରିଥିଲେ । ଏନେଇ ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ପଟ୍ଟା ବଣ୍ଟନ ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login