ନୂଆଦିଲ୍ଲୀ : ମିଆଁମାର ସେନାର ଏୟାରଷ୍ଟ୍ରାଇକ୍ । ସେନାଶାସନ ବିରୋଧୀ କାର୍ୟ୍ୟକ୍ରମ ଚାଲୁଥିବା ବେଳେ ବୋମାମାଡ଼ ହୋଇଛି। ଏହି ବୋମା ମାଡରେ ୧୦୦ରୁ ଊର୍ଦ୍ଧ୍ୱ ମୃତ। ସାଧାରଣ ନାଗରିକଙ୍କ ଉପରେ ଆକାଶ ମାର୍ଗରୁ ଗୁଳି ଏବଂ ବୋମା ବର୍ଷା କରାଇଛି । ଅନ୍ୟ କିଛି ରିପୋର୍ଟ ଅନୁସାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଂକା କରାଯାଇଛି । ୨୦ ମିନିଟ୍ ଧରି ସେନାର ହେଲିକପ୍ଟରରୁ ଗୁଳି ଓ ବୋମାମାଡ଼ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ । ଏକ ସ୍କୁଲରେ କାର୍ୟ୍ୟକ୍ରମ ଚାଲୁଥିବା ବେଳେ ଏହି ବୋମାମାଡ଼ ହୋଇଛି । କୁହାଯାଉଛି ଯେ ଏହି କାର୍ୟ୍ୟକ୍ରମ ଦେଶରେ ଚାଲିଥିବା ସୈନ୍ୟ ଶାସନ ବିରୋଧରେ ଆୟୋଜିତ କରାଯାଇଥିଲା । ସାଧାରଣ ନାଗରିକଙ୍କ ଉପରେ ମିଆଁମାର ସେନାର ବର୍ବରତାକୁ ମିଳିତ ଜାତିସଂଘ ନିନ୍ଦା କରିଛି । ଜାତିସଂଘର ମାନବାଧିକାର କମିଶନର ବୋକ୍ଲୋର ତୁର୍କ ଏକ ବୟାନ ଜାରି ଏହି ଘଟଣାକୁ ନିନ୍ଦା କରି କହିଛନ୍ତି ଯେ ଆକଶ ମାର୍ଗରୁ ଆକ୍ରମଣର ଏହି ଖବର ଅତ୍ୟନ୍ତ ଚିନ୍ତା ଜନକ । ସେ କହିଛନ୍ତି ଯେ ଯେଉଁ କାର୍ୟ୍ୟକ୍ରମ ଉପରେ ମ୍ୟାଁମାର ସେନା ହେଲିକପ୍ଟରରୁ ବୋମ ମାଡ କରିଛି, ସେଠାରେ ସ୍କୁଲ ଛାତ୍ରଛାତ୍ରୀ ନୃତ୍ୟ ପ୍ରଦର୍ଶନ କରୁଥିଲେ ଏବଂ ଉଦଘାଟନ ସମାରୋହରେ ଅନ୍ୟ ନାଗରିକ ମଧ୍ୟ ଉପସ୍ଥିତ ରହିଥିଲେ ।
ମିଆଁମାର ସେନାର ଏୟାରଷ୍ଟ୍ରାଇକ; ୨୦ ମିନିଟ ଧରି ଆକାଶ ମାର୍ଗରୁ ଗୁଳି, ବୋମା ମାଡରେ ୧୦୦ରୁ ଅଧିକ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











