କଟକ : କଟକ ସଦର ଥାନା ମହିଧରପଡା ନିକଟସ୍ଥ ସନ୍ତୋଳ ଗ୍ରାମର ମା’ ସାହାଡେଶ୍ୱରୀଙ୍କ ୫୨ ତମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ପୌଷ ପୂର୍ଣ୍ଣମୀ ଦିନ ମାନଙ୍କ ପୀଠରେ ପୂଜା ଅର୍ଚ୍ଚନା ହୋମଯଜ୍ଞ କଳସ ଶୋଭାଯାତ୍ରା ସହିତ ଭଜନ ସମାରୋହ ଆଧ୍ୟାତ୍ମିକ ଶରୀର ତତ୍ୱ ଉପରେ ଦୁଇ ମଣ୍ଡଳୀ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । ଆୟୋଜିତ ଉତ୍ସବରେ ମା’ ସାହାଡେଶ୍ୱରୀ ସେବକ ସମାଜର ସଂପାଦକ ଧରଣୀଧର ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ନଗରୀ ସରପଞ୍ଚ ନରୋତ୍ତମ ଦାସ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ମଲ୍ଲିକ, ରବିନାରାୟଣ ପଣ୍ଡା, ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, ସମାଜସେବୀ ଗଣେଶ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରଦ୍ଧାଳୁଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଆଧ୍ୟାତ୍ମିକ ଭଜନ ଶୁଣିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
Views: 116











