ମା ସାଜିଲା ରାକ୍ଷସୀ, ୪୦ ଦିନର ପିଲାକୁ ୧୪ ମହଲାରୁ ଫୋପାଡିଲା
ମୁମ୍ବାଇ : ଜନ୍ମ ଦେଇଥିବା ମା’ ନିଜ ପିଲାର ଜୀବନ ନେଇଛି । ୪୦ ଦିନର ପିଲାକୁ ୧୪ ମହଲାରୁ ଫୋପାଡି ଦେଇ ମାରିଛି ମା’ । ମୁମ୍ବାଇରେ ଏଭଳି ଘଟଣା ଘଟିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ମୁତାବକ, ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଭିନ୍ନକ୍ଷମ ମହିଳା ଜଣକ ନିଜର ୪୦ ଦିନର ଶିଶୁ କନ୍ୟାକୁ ୧୪ ମହଲାରୁ ଫୋପାଡି ହତ୍ୟା କରିଛି । ପିଲାକୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣା ବିଷୟରେ ପୋଲିସ ଜାଣିବା ପରେ ମହିଳାଙ୍କ ନାମରେ କେସ୍ ଦାଏର କରିଛି । ଏପର୍ୟ୍ୟନ୍ତ ମହିଳାଙ୍କୁ ଗିରଫ କରାଯାଇନାହିଁ । ମହିଳା ଜଣକ ଦିବ୍ୟାଙ୍ଗ ରହିଥିବା ଏବଂ କହିବା ଏବଂ ଶୁଣିବାକୁ ଅକ୍ଷମ । ତେବେ ଘଟଣା କାହିଁକି ଘଟିଲା, ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ତେବେ ପାରିବାରିକ କଳହ ଯୋଗୁଁ ଏମିତି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।
Views: 103











