କଟକ : ଆଶ୍ୱିନ ମାସ ଠାରୁ ଆରମ୍ଭ ହୋଇଥାଏ ପାର୍ବଣ ଋତୁ। ମା ଦଶଭୂଜା ଧରାପୃଷ୍ଠରେ ଅବତରଣ କରିଥାନ୍ତି । ମହାଳୟା ଠାରୁ ବିଭିନ୍ନ ଦେବୀ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଏହି ପୂଜା ଦଶମୀ ପର୍ୟ୍ୟନ୍ତ ଚାଲବ । ସଶ୍ୟ ଶ୍ୟାମଳା ପରିବେଶ ମଧ୍ୟରେ ରହିଛି ବିରିଡି ବ୍ଲକ ଗରାମ ଦରଡାଶାସନ ଗ୍ରାମରେ ଥିବା ମା , ଶଙ୍ଖେଶ୍ୱରୀ ଦୁଲାଦେବୀଙ୍କ ପୀଠସ୍ଥଳୀ । ଏଠାରେ ମାଙ୍କର ଦୈନଦିନ ପୂଜା ସାଙ୍ଗକୁ ,ଆଶ୍ୱିନ ମାସ ମହାଳୟାର ପରଦିନ ଠାରୁ ଆରମ୍ଭ ହୋଇଛି ଦ୍ୱାଦଶତମ ବାର୍ଷିକ ନବରାତ୍ର ପୂଜା । ଏହି ନବମୀ ଦିନ ପୂର୍ଣ୍ଣାହୁତି ଦିଆଯାଇ ନବରାତ୍ର ପୂଜା ସଂପୂର୍ଣ୍ଣ କରାଯିବ । ଏହି ପୂଜା ଦେଖିବା ପାଇଁ ପ୍ରତିଦିନ ମାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଏହି କାର୍ୟ୍ୟରେ ପରିଚାଳନା କମିଟିର ସଭାପତି ସୌମ୍ୟ ରଞ୍ଜନ ପରିଡ଼ା, ସଂପାଦକ ସୁଶାନ୍ତ ବେହେରା,ମୁଖ୍ୟ ପୂଜକ ସନ୍ତୋଷ ଶତପଥୀ, ପ୍ରକାଶ ବେହେରା, ମୁଖ୍ୟ ପରିଚାଳକ ଲକ୍ଷ୍ମୀ ଧର ପରିଡ଼ା, ଅମିନ ଚରଣ ବେହେରା, ମନ୍ଦିର ଟ୍ରଷ୍ଟି ଲକ୍ଷ୍ମୀଧର ନାୟକ, କର୍ତ୍ତା ପ୍ରଭାକର ନାୟକ, କର୍ତ୍ତୀ ହିରାମଣି ନାୟକ, ପ୍ରମୁଖ ସଦସ୍ୟ ମାନେ ନବରାତ୍ର କାର୍ୟ୍ୟକ୍ରମ କୁ ପରିଚାଳନା କରୁଛନ୍ତି । ଏଥିରେ ଗ୍ରାମର ସମସ୍ତ ଯୁବକ ଏବଂ ବୟଜ୍ୟେଷ୍ଠ ବ୍ୟକ୍ତି ସହଯୋଗ କରୁଛନ୍ତି ।
ମା ଶଙ୍ଖେଶ୍ୱରୀ ଦୁଲାଦେବୀଙ୍କ ପୀଠରେ ନବରାତ୍ର ପୂଜା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











