The Ultimate Managed Hosting Platform
ADVERTISEMENT

ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତୁ ନୂଆବର୍ଷର ପ୍ରଥମ ଗୁରୁବାରରେ ଏବଂ ପାରିବାରିକ ଜୀବନରେ ନିଶ୍ଚିନ୍ତ ସୁଖ ପାଆନ୍ତୁ

Facebook
Twitter
LinkedIn

ମା’ ଲକ୍ଷ୍ମୀ ଯାହା ଉପରେ ଖୁସି ହେବେ ତା’ ଘର ଧନ ସମ୍ପର୍ତ୍ତୀରେ ପୁରି ଉଠିବ ଏବଂ ତା’ର ଘରେ ସୁଖ-ସମୃଦ୍ଧି ଲାଗିରହିବ । ତେବେ ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ତାଙ୍କର ପୂଜାର୍ଚ୍ଚନା କରିବା ନିହାତି ଆବଷ୍ୟକ । ତେବେ ନୂଆବର୍ଷର ପ୍ରଥମ ଗୁରୁବାରରେ ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ କରନ୍ତୁ ଏହି ପୂଜା କରନ୍ତୁ। ଦେଖିବେ ବର୍ଷସାରା ଆପଣଙ୍କ ଘରେ ଧନ ବର୍ଷା ହେବ। କାରଣ ଧନର ଆବଶ୍ୟକତା ସମସ୍ତଙ୍କର ରହିଛି। ତେଣୁ ଏଥିପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେବ। ନୂଆବର୍ଷ ଆରମ୍ଭରୁ ଏହି ଶୁଭ କାମ କରନିଅନ୍ତୁ। ଗୁରୁବାରକୁ ବିଶେଷ କରି ମାତା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି। ଏହିଦିନ କୁବେରଙ୍କୁ ପୂଜା କଲେ ମଧ୍ୟ କୁବେର ଦେବ ଖୁସି ହୋଇଥାନ୍ତି। ତେଣୁ ଏଥିପାଇଁ କିଛି ନିୟମ ରହିଛି। ପ୍ରଥମେ ଘରର ଉତ୍ତର ଦିଗରୁ ଏହି ନିୟମ ଲାଗୁ କରନ୍ତୁ। ତେବେ ଯାଇ ଆପଣ ଖୁସିରେ ରହିପାରିବେ।
ପରିବାରକୁ ଭଲ ଓ ସୁଖରେ ରଖିବାକୁ ସମସ୍ତେ ଚାହାଁନ୍ତି । ସେଥିପାଇଁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡେ । ହେଲେ ବେଳେବେଳେ ଦେଖାଯାଏ ଯେ ପରିଶ୍ରମ କରି ମଧ୍ୟ ଘରେ ଧନର ଅଭାବ ସର୍ବଦା ଲାଗି ରହିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏପରି କିଛି ବାସ୍ତୁ ଟିପ୍ସ ଦେବୁ ଯାହା ଦ୍ୱାରା ଆପଣଙ୍କ ଘରେ କେବେ ବି ଧନର ଅଭାବ ହେବ ନାହିଁ ।
ଗୁରୁବାରକୁ ବିଶେଷ କରି ମାତା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି। ଏହିଦିନ କୁବେରଙ୍କୁ ପୂଜା କଲେ ମଧ୍ୟ କୁବେର ଦେବ ଖୁସି ହୋଇଥାନ୍ତି। ତେଣୁ ଏଥିପାଇଁ କିଛି ନିୟମ ରହିଛି। ପ୍ରଥମେ ଘରର ଉତ୍ତର ଦିଗରୁ ଏହି ନିୟମ ଲାଗୁ କରନ୍ତୁ। ତେବେ ଯାଇ ଆପଣ ଖୁସିରେ ରହିପାରିବେ।
ପରିବାରକୁ ଭଲ ଓ ସୁଖରେ ରଖିବାକୁ ସମସ୍ତେ ଚାହାଁନ୍ତି । ସେଥିପାଇଁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡେ । ହେଲେ ବେଳେ ବେଳେ ଦେଖାଯାଏ ଯେ ପରିଶ୍ରମ କରି ମଧ୍ୟ ଘରେ ଧନର ଅଭାବ ସର୍ବଦା ଲାଗି ରହିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏପରି କିଛି ବାସ୍ତୁ ଟିପ୍ସ ଦେବୁ ଯାହା ଦ୍ୱାରା ଆପଣଙ୍କ ଘରେ କେବେ ବି ଧନର ଅଭାବ ହେବ ନାହିଁ ।
ଆର୍ଥିକ କାର‌୍ୟ୍ୟ ପାଇଁ ଉତ୍ତର ଦିଗକୁ ଉତ୍ତମ ମନାଯାଇଥାଏ । କୁହାଯାଏ ଏହି ଦିଗକୁ ସଫା ସୁତର ରଖିବା ସହ ଏହି ଦିଗରେ କୌଣସି ଭାରି ଜିନିଷ ରଖିବା ଉଚିତ ନୁହେଁ । ଏହି ଦିଗ ଯେତେ ଖାଲି ରହିବ ଘରେ ସେତେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।
-ବାସ୍ତୁ ଅନୁସାରେ ଘରର ପ୍ରବେଶ ଦ୍ୱାର ଓ ବେଡ ରୁମ୍ ଉତ୍ତର ଦିଗରେ ହେବା ଦରକାର । ଏମିତି କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବଢ଼ିଥାଏ । ସେହିପରି ଘରର ଉତ୍ତର ଦିଗରେ ଆଇନା ଲଗାଇବା ଶୁଭ ହୋଇଥାଏ । ଏହା ସହ ଏହି ଦିଗରେ ମନି ପ୍ଲାଣ୍ଟ ମଧ୍ୟ ଲଗାଇବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । କୁହାଯାଏ ଏହି ଦିଗରେ କୁବେର ଭଗବାନଙ୍କ ପ୍ରତିମା ଲଗାଇବା ଉଚିତ୍ । ଏହାଦ୍ୱାରା ଚାକିରୀ ମିଳିଥାଏ ଓ କ୍ୟାରିଅରରେ ଉନ୍ନତି ଆସିଥାଏ ।
-ବାସ୍ତୁ ଅନୁସାରେ ଘରର ଉତ୍ତର ଦିଗରେ ରୋଷେଇ ଘର ରହିଲେ ଅନ୍ନ ଭଣ୍ଡାର ସର୍ବଦା ଭରପୁର ରହିଥାଏ । କେବେ ବି ଆର୍ଥିକ ଅଭାବ ପଡ଼ିନଥାଏ । ଯଦି ଘରେ ସର୍ବଦା କଳହ ମାହୋଲ ଲାଗି ରହିଥାଏ ତେବେ ଉତ୍ତର ଦିଗରେ ତୁଳସୀ ଗଛ ଲଗାଇଲେ ଏଥିରୁ ମୁକ୍ତି ମିଳିଥାଏ । ଘରର ଉତ୍ତର ଦିଗ ସର୍ବଦା ନୀଳ ରଂଗର ପେଣ୍ଟ ଲଗାଇବା ଉଚିତ୍ । ଏହାଦ୍ୱାରା ଆର୍ଥିକ ଲାଭ ହୋଇଥାଏ ।
ତେବେ ବର୍ଷର ପ୍ରଥମ ଗୁରୁବାରରେ ହିଁ ମା’ ଲକ୍ଷ୍ମୀଙ୍କର ପୂଜା କରି ମା’ଙ୍କ କୃପାରେ ଧନ-ସମ୍ପତି ପାଆନ୍ତୁ । ପାରିବାରିକ ଜୀବନରେ ଶାନ୍ତିରେ ଦିନ କଟାନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login