ନରସିଂହପୁର : ମାଆ ଭଟ୍ଟାରିକାଙ୍କ ଗର୍ଭଗୃହରେ ପଶିଲା ପାଣି । ଭୋର ସମୟରେ ମାଆଙ୍କୁ ବନ୍ୟା ଆଶ୍ରୟସ୍ଥଳରୁ ସ୍ଥାନାନ୍ତର । ମନ୍ଦିର ବେଢ଼ା ଦେଇ ମନ୍ଦିରରେ ପ୍ରବେଶ କରିଛି ବନ୍ୟା ପାଣି । ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିଥିବାରୁ ଜଳସ୍ତର ବଢ଼ିଛି । ଫଳରେ ପାହାଡ଼ ଉପରେ ଥିବା ମା ’ଙ୍କ ଅସ୍ଥାୟୀ ପୂଜା ସ୍ଥଳୀକୁ ସ୍ଥାନାନ୍ତର ହୋଇଛନ୍ତି ମା’ ଭଟ୍ଟାରିକା । ଅସ୍ଥାୟୀ ପୂଜାସ୍ଥଳରେ ଆଜି ସକାଳୁ ମା’ ଙ୍କ ସକାଳ ଧୂପ ସହିତ ମଙ୍ଗଳ ଆଳତି, ମଇଲମ୍ ,ବଲ୍ଲଭ ଭୋଗ ହୋଇଛି । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମନ୍ଦିରରେ ପ୍ରବେଶ କରିଥିଲା । ଦେବୋତ୍ତର ବିଭାଗ ଉପସ୍ଥିତି ରେ ସମ୍ପୂର୍ଣ୍ଣ କାର୍ୟ୍ୟ ସମ୍ପାଦନ କରାଯାଇଛି ।
Views: 80