ଭୁବନେଶ୍ୱର : ରାଜନୀତିରେ ପୁଣି ଜଣେ ଆଇଏଏସ । ଆଇଏଏସ ଚାକିରିରୁ ଅବସର ନେବା ପରେ ରାଜନୀତିରେ ପାଦ । ମାହାଙ୍ଗାରୁ ଲଢିବେ କି ଶୋଭନ କର । ଶୋଭନଙ୍କୁ ନେଇ ଏବେ ମାହାଙ୍ଗା ଅଞ୍ଚଳରେ ଜୋର ଚର୍ଚ୍ଚା । ଶୋଭନ ପୂର୍ବତନ ବାଚସ୍ପତି ସ୍ୱର୍ଗତ ଶରତ କରଙ୍କ ସାନ ପୁଅ । ଆଇଆରଏସ ଚାକିରିରୁ ଅବସର ନେବା ପରେ ମାହାଙ୍ଗାରେ ସଭାସମିତି କରୁଛନ୍ତି । ଗତକାଲି ମାହାଙ୍ଗା ଲଳିତଗିରିରେ ଶରତ ପ୍ରେମୀ ପରିବାରର ବନ୍ଧୁ ମିଳନ ହୋଇଥିଲା ।ମାହଙ୍ଗାର ବିଭିନ୍ନ ପଂଚାୟତର ବହୁ ନେତା, କର୍ମୀ ସାମିଲ । ଶୋଭନ କହିଛନ୍ତି କି, ମୁଁ ନିର୍ବାଚନ ଲଢେ ବୋଲି ମହାଙ୍ଗାର ଲୋକ ଚାହୁଁଛନ୍ତି । ମାହାଙ୍ଗା ମାଟିର ଉନ୍ନତି ଲାଗି ମୁଁ ସର୍ବଦା ଚେଷ୍ଟିତ । ସୁଯୋଗ ମିଳିଲେ ନିଶ୍ଚୟ ଲଢିବି । ତେବେ ସେ କେଉଁ ଦଳରୁ ନିର୍ବାଚନ ଲଢିବେ ସେ ନେଇ କୈାଣସି ସ୍ପଷ୍ଟ ହୋଇ ନାହିଁ ।
Views: 92