The Ultimate Managed Hosting Platform
ADVERTISEMENT

ମାସକ ଭିତରେ କୋଟିଏ ଟଙ୍କା ଲୁଟିନେଇ ରାଜଧାନୀବାସୀଙ୍କୁ ଚକମା ଦେଲେ ସାଇବର ଲୁଟେରା

Facebook
Twitter
LinkedIn

ଭୁବନେଶ୍ୱର : ଗୋଟିଏ ମାସରେ ରାଜଧାନୀବାସୀଙ୍କୁ ଚକମା ଦେଇଛନ୍ତି ସାଇବର ଲୁଟେରା। ରାଜଧାନୀରୁ ଏକ କୋଟିରୁ ଅଧିକ ଟଙ୍କା ଚୁନ ଲଗାଇଛନ୍ତି ସାଇବର ଲୁଟେରା। ସାଇବର କ୍ରାଇମ ହେଲପ ଡେସ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ସାଇବର କ୍ରାଇମ ହେଲପ ଡେସ୍କର ତଥ୍ୟ ଅନୁଯାୟୀ, ଗତ ଫେବ୍ରୁଆରୀ ମାସରେ ୧ କୋଟି ୩୯ ଲକ୍ଷ୬୦ ହଜାର ୪୭୯ ଟଙ୍କା ଲୁଟି ନେଇଛନ୍ତି ଅଦୃଶ୍ୟ ଲୁଟେରା। ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଝାରଖଣ୍ଡ ଅଞ୍ଚଳରୁ ବେଶି ସାଇବର ଠକେଇ କଲ୍ ଆସୁଛି। ହେଲେ ଟଙ୍କା ଫେରସ୍ତ ଓ ବ୍ଲକ ହୋଇଛି ମାତ୍ର ୨୩ ଲକ୍ଷଟଙ୍କା। ୧୨ ଲକ୍ଷ ୭୩ ହଜାର ୪୮୩ ଟଙ୍କା ବ୍ଲକ୍ ହୋଇଥିବା ବେଳେ ୧୦ ଲକ୍ଷ୫୨ ହଜାର ୮୦୨ ଟଙ୍କା ଫେରସ୍ତ ହୋଇଛି ।

ତେବେ ଗତମାସରେ କ୍ରେଡିଟ୍, ଡେବିଟ କାର୍ଡ ସମ୍ବନ୍ଧୀୟ ସାଇବର ଠକେଇ ସର୍ବାଧିକ ୯୭ଟି, ଯୁପିଆଇ ଫ୍ରଡ୍ ୯୪ଟି ଓ ଅନ୍ୟ ଠକେଇ କଲ୍ ୬୩ଟି ହୋଇଛି। ମୋଟ ୨ ହଜାର ୮୮୭ଟି ଠକେଇ କଲ୍ ଭିତରୁ ଭୁବନେଶ୍ୱେରରୁ ୨୫୪ଟି ଅଭିଯୋଗ ଆସିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

ADVERTISEMENT

Login