The Ultimate Managed Hosting Platform
ADVERTISEMENT

ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସର ହାଇଡ୍ରାମା

Facebook
Twitter
LinkedIn

ଭୁବନେଶ୍ୱର : ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନର ଜୋରଦାର ପ୍ରତିବାଦ । ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ବିଧାୟକଙ୍କ ଧାରଣା । କର୍ମୀଙ୍କ ସହ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ । ବିଳମ୍ବିତ ରାତିରୁ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ, କର୍ମୀ । ବିଧାନସଭାରେ ବିରୋଧ କରାଯାଉଥିବାବେଳେ ପୋଲିସ ଜୋର ଜବରଦସ୍ତି ବିଧାୟକଙ୍କୁ ବିଧାନସଭାରୁ ବାହାର କରିଦେଇଛନ୍ତି ବୋଲି କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା ନେଇ କଂଗ୍ରେସର ୧୨ ବିଧାୟକଙ୍କୁ ୭ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ ଶାସକ ଦଳର ଅଭିଯୋଗ ପରେ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ତେବେ ଏହି ନିଲମ୍ବନ ତାଲିକାରେ ତାରାବାହିନୀ ପତି ଓ ରମେଶ ଜେନାଙ୍କ ନାଁ ନଥିବା ଜଣାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login