ଭୁବନେଶ୍ୱର : ତେଲୁଗୁ ସିନେମାରେ ନାୟିକା ହେବେ ମାଲକାନଗିରିର ଝିଅ । ମାଲକାନଗିରି କାଲିମେଳା ବ୍ଲକ ଏମଭି ୭୫ ଗାଁର ଝିଅ ମୋନିକା ସମାଦ୍ଦାର ତେଲୁଗୁ ସିନେମାର ସୁଟିଂ ସେଟରେ ଦେଖିବାକୁ ମିଳିଛି । ତେଲୁଗୁ ଚଳଚ୍ଚିତ୍ର ‘ଗାରାଗା’ ଚଳଚ୍ଚିତ୍ରରେ ମୋନିକା ସମାଦ୍ଦାର ହିରୋଇନ ଭାବରେ ଲିଡ ରୋଲରେ ଆସିବେ ।ଏହି ଚଳଚ୍ଚିତ୍ରର ସୁଟିଂ ଏବେ ଚାଲିଛି । ମୋନିକାଙ୍କର ବାପା ଗୈାତମ ସମାଦ୍ଦାର ପେଶାରେ ଜଣେ ବ୍ୟବସାୟୀ । ବଡ ଭାଇ ହାଇଦ୍ରାବାଦରେ ସଏକ ଟ୍ରାଭେଲ କମ୍ପାନୀରେ ଚାକିରି କରନ୍ତି । ବେଙ୍ଗଲୀ ପରିବାରରୁ ଆସିଥିବା ମୋନିକା ମାଲକାନଗିରିରେ ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ପାଠ ଶେଷ କରିଥିଲେ । ନିଜ ବଡ ଭାଇଙ୍କ ସହ ହାଇଦ୍ରାବାଦକୁ ଡ୍ୟାନ୍ସ ଶିଖିବାକୁ ଯାଇଥିଲେ । ତାଙ୍କର ଏଭଳି ଇଚ୍ଛା ଦେଖି ତାଙ୍କ ବଡ ଭାଇ ହାଇଦ୍ରାବାଦର ଏକ ଡ୍ୟାନ୍ସ ଷ୍ଟୁଡିଓ ଏଳାଡେମୀରେ ଭର୍ତ୍ତି କରାଇଥିଲେ । ମୋନିକାଙ୍କର ନୃତ୍ୟ ଶୈଳୀ ଓ ଛୋଟ ଛୋଟ ଅଭିନୟକୁ ଦେଖି ସଟ୍ ମୁଭିରେ କାର୍ଯ୍ୟ କରିବା ପାଇଁ ଅଫର ଆସିଥିଲା । ତେବେ ମାଲକାନଗିରି ଭଳି ପଛୁଆ ଜିଲ୍ଲାରେ ଜନ୍ମ ହୋଇ ତେଲୁଗୁ ସିନେମାରେ ନାୟିକା ଭାବରେଅଭିନୟ କରି ମୋନିକା ଉଦାହରଣ ସାଜିଛନ୍ତି ।
ମାଲକାନଗିରିରୁ ଟଲିଉଡ, ତେଲୁଗୁ ସିନେମାରେ ନାୟିକା ହେବେ ମାଲକାନଗିରିର ଝିଅ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ –ମନମୋହନ
ଭୁବନେଶ୍ୱର : କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ । ଓଡିଶାରେ କଂଗ୍ରେସର କୈାଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି...
ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...
ରାହୁଲ ଅବାନ୍ତର କଥା କହୁଛନ୍ତି -ଆଇନମନ୍ତ୍ରୀ
ଭୁବନେଶ୍ୱର : ରାହୁଲଗାନ୍ଧୀ ଅବାନ୍ତର କଥା କହୁଛନ୍ତି କହିଲେ ଆଇନମନ୍ତ୍ରୀ । ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା । ଅଦାନୀଙ୍କ...
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...