The Ultimate Managed Hosting Platform
ADVERTISEMENT

ମାର୍ଟିନ ସିଦ୍ଧାନ୍ତର ଉତ୍ତର ଖୋଜିବା ପାଇଁ ଏବେ ମଙ୍ଗଳ ଗ୍ରହର ପୃଷ୍ଠରେ ତିନୋଟି ରୋଭର ସକ୍ରିୟ ଅଛନ୍ତି।

Facebook
Twitter
LinkedIn

ବିଜ୍ଞାନର ବିକାଶ ମଣିଷକୁ ପୃଥିବୀଠାରୁ ବହୁ ଦୂରକୁ ନେଇ ଯାଇଛି। ବିଜ୍ଞାନ ବଳରେ ମଣିଷ ବର୍ତ୍ତମାନ ମହାକାଶରେ ଜନବସତି ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ସେ ବିଭିନ୍ନ ମିଶନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଆଉ ସେହି ମିଶନ ଗୁଡିକ ମଧ୍ୟରୁ ମାର୍ସ ମିଶନ ବା ମଙ୍ଗଳ ଅଭିଯାନ ଅନ୍ୟତମ । ମଙ୍ଗଳ ଗ୍ରହରେ ଜୀବନ ଖୋଜିବାକୁ ନାସା ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେହି ନାଲି ଗ୍ରହରେ ଜୀବନର କୌଣସି ସନ୍ଧାନ ମିଳିପାରି ନାହିଁ। ତେବେ ମଙ୍ଗଳ ଗ୍ରହରେ ଜୀବନ ରହିବା ନେଇ ନାସାର ଜଣେ ବୈଜ୍ଞାନିକ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଆଷ୍ଟ୍ରୋବାୟୋଲୋଜିଷ୍ଟ ହିଟର ଗ୍ରାହମ କ’ଣ କହିଛନ୍ତି…

ପୃଥିବୀଠାରୁ ମଙ୍ଗଳ ଗ୍ରହର ଦୂରତା ପ୍ରାୟ ୯୪.୫୫୮ ମିଲିୟନ କିଲୋମିଟର। ରିପୋର୍ଟ ଅନୁସାରେ ନାଲି ଗ୍ରହର ବୟସ ୪.୬୦୩ ବିଲିୟନ ବର୍ଷ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ଜୀବନର ସନ୍ଧାନ କରାଯାଇନାହିଁ। ତଥାପି ବୈଜ୍ଞାନିକମାନେ ମହାକାଶରେ ଜୀବନ ଖୋଜିବାକୁ ଲଗାତର ଗୋଟିଏ ପରେ ଗୋଟିଏ ଅଭିଯାନ ଚଳାଇଛନ୍ତି। ମଙ୍ଗଳ ଗ୍ରହରେ ଜୀବନ ଥିବା ନାସାର ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି। ସେମାନଙ୍କ କହିବା ଅନୁସାରେ, ମଙ୍ଗଳ ଏକ ବୃହତ ଗ୍ରହ। ଏଠାରେ ଜୀବନର ସନ୍ଧାନ ସମ୍ଭବ ହୋଇପାରେ। ମଙ୍ଗଳ ଗ୍ରହର ସୁକ୍ଷ୍ମ ଜୀବର ସନ୍ଧାନପାଇଁ ଏକାଧିକ ରୋବର ମୁତୟନ କରାଯାଇଛି। ଦିନେ ଏହି ନାଲି ଗ୍ରହରେ ମଣିଷ ଉପନିବେଶ ସ୍ଥାପନ କରିବ ବୋଲି ବୈଜ୍ଞାନିକମାନେ ଦୃଢକ୍ତି ପ୍ରକାଶ କରିଛନ୍ତି। ଦୀର୍ଘ ଏକ ଦଶନ୍ଧି ଧରି ମାର୍ଟିନ ସିଦ୍ଧାନ୍ତ ଦାବି କରିଛି ଯେ, ଜୀବନ ପାଇଁ ମଙ୍ଗଳ ଗ୍ରହ ଅନୁକୁଳ ଅଟେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login