ମୁମ୍ବାଇ : ଗତ ବର୍ଷ ଡେଭିଡ୍ ୱାର୍ଣ୍ଣର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ବର୍ତମାନ ଡେଭିଡ୍ ୱାର୍ଣ୍ଣର ଅଭିନୟ ଜଗତରେ ନିଜର ଦମ ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି । ସେ ଖୁବ୍ ଶୀଘ୍ର ଏକ ଦକ୍ଷିଣ ଭାରତୀୟ ଫିଲ୍ମରେ ନଜର ଆସିବେ ।ଏହି ଫିଲ୍ମରେ ଡେଭିଡ୍ ବଲିଉଡ୍ ଷ୍ଟାର କାର୍ତ୍ତିକ ଆର୍ୟ୍ୟନଙ୍କ ନାୟିକାଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ଦେଖାଯିବେ । କ୍ରିକେଟ ଜଗତର ଏହି ଷ୍ଟାର ଖେଳାଳି ଏବେ ଗ୍ଲାମର ଦୁନିଆରେ ନିଜର ଏକ ପରିଚୟ ତିଆରି କରିବାକୁ ଯାଉଛନ୍ତି । ଡେଭିଡ୍ ପୂର୍ବରୁ ଏସ୍ ଏସ୍ ରାଜାମୌଲିଙ୍କ ସହିତ ଏକ ବିଜ୍ଞାପନ ସୁଟିଂ କରି ସାରିଛନ୍ତି । କାର୍ତ୍ତିକ ଆର୍ୟ୍ୟନଙ୍କ ନାୟିକାଙ୍କ ସହ କାମ କରିବେ ।ତେବେ ଡେଭିଡଙ୍କ ଚରିତ୍ର ବିଷୟରେ ଏପର୍ୟ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ । ଡେଭିଡ୍ ଏବେ ଏହି ସିନେମାରେ ଶ୍ରୀଲୀଲାଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ଦେଖିବାକୁ ମିଳିବ । ଶ୍ରୀଲୀଲା କାର୍ତ୍ତିକ ଆର୍ୟ୍ୟନଙ୍କ ବିପକ୍ଷରେ ଆଶିକି ଥ୍ରୀ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମଟି ଚଳିତ ମାସ ୨୮ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମଟି ଭେଙ୍କି କୁଡୁମୁଲାଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ଏବଂ ଭେନେଲା କିଶୋର, ଶ୍ରୀଲିଲା ଏବଂ ଲାଲ ଭଳି ଅଭିନେତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
ମାର୍ଚ୍ଚ ୨୮ରେ ରିଲିଜ ହେବ ଅଭିନେତା ଡେଭିଡ ୱାର୍ଣ୍ଣରଙ୍କ ସାଉଥ ଫିଲ୍ମ

Facebook
Twitter
LinkedIn
Facebook
Twitter
LinkedIn
Recent News
ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡକୋ ଅଧ୍ୟକ୍ଷ ଭାବେ ମଧ୍ୟ...
ଜନ୍ମବେଦୀକୁ ଯିବେ ଶ୍ରୀଜିଉ
ପୁରୀ : ଆଉ କିଛି ସମୟ ପରେ ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ । ଅଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଗୋଟି ପହଣ୍ଡିରେ ଜନ୍ମବେଦୀକୁ...
ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ
ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ
ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...