ଭୁବନେଶ୍ୱର : ମାର୍ଟ୍ଟ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବ କଂଗ୍ରେସ । ପ୍ରଥମ ପର୍ଯ୍ୟାରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରାଯିବ । ଏଥିପାଇଁ ପ୍ରଦେଶ ନିର୍ବାଚନ କମିଟି ବୈଠକ ବସିଛି । ଯେଉଁମାନେ କଂଗ୍ରେସ ପ୍ରାର୍ଥୀ ହେବାକୁ ଇଚ୍ଛୁକ ସେମାନଙ୍କୁ ପ୍ରଗମନ ଆପରେ ଆବେଦନ କରିବାକୁ ଦଳ ଆହ୍ୱାନ କରିଥିଲା । ବିଧାୟକ ପ୍ରାର୍ଥୀ ହେବାକୁ ୩ ହଜାର ଏବଂ ସାଂସଦ ପ୍ରାର୍ଥୀ ହେବାକୁ ୭୦୦ ଜଣ ଆବେଦନ କରିଥିବା ଜଣାପଡିଛି । ଏବେ ଏହାକୁ ନେଇ ବୈଠକ ଚାଲିଛି । ଆଶାୟୀଙ୍କ ତାଲିକା ପ୍ରସ୍ତୁତ ହେବା ପରେ ଏହାକୁ ସ୍କ୍ରିନିଂ କମିଟିକୁ ପଠାଯିବ । ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ୟାୟରେ ୭୦ ଆସନ ପାଇଁ ଟିକେଟ ଘୋଷଣା ହେବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ଏହାକୁ ନେଇ ଆଜି ପ୍ରଦେଶ ନିର୍ବାଚନ କମିଟିର ବୈଠକ ଚାଲିଛି । ବୈଠକରେ ପିସିସି ସଭାପତିଙ୍କ ସହ ପ୍ରଦେଶ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି ।
Views: 81