ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଏନକାଉଣ୍ଟର। ପୋଲିସ ଗୁଳିରେ ଟଳିଲେ ଦୁଇ ମୋଷ୍ଟ ଓ୍ଵାଣ୍ଟେଡ୍। ଝାନସୀରେ ଉମେଶ ପାଲ ହତ୍ୟାକାଣ୍ଡର ଦୁଇ ଓ୍ଵାଣ୍ଟେଡ୍ ଅସଦ ଓ ଗୁଲାମକୁ ଏନକାଉଣ୍ଟର କରିଛି ଉତ୍ତର ପ୍ରଦେଶ ପୋଲିସ। ସେମାନଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଝାନସୀରେ ଅସଦ ଓ ଗୁଲାମକୁ ଏନକାଉଣ୍ଟର କରିଛି ଉତ୍ତରପ୍ର ଦେଶ ଏସଟିଏଫ୍। ସେମାନଙ୍କ ନିକଟରୁ ବିଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଉମେଶ ପାଲ ହତ୍ୟା ମାମଲାରେ ଏହି ବଡ଼ ଖବର ସାମ୍ନାକୁ ଆସିଛି। ୟୁପି ଏସଟିଏଫ୍ ଝାନସୀ ଜିଲ୍ଲାରେ ମାଫିଆ ଅତିକ୍ ଅହମଦଙ୍କ ପୁଅ ଅସଦ ଏବଂ ତାଙ୍କ ସୁଟର ମହମ୍ମଦ ଗୁଲାମକୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଉଭୟଙ୍କର ମୃତ୍ୟୁ ଘଟିଛି। ଏହି ଦୁଇଜଣ ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ ଏବଂ ଉଭୟଙ୍କ ମୁଣ୍ଡରେ ୫-୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ଡିଏସପି ନଭେନ୍ଦୁ ଏବଂ ଡିଏସପି ବିମଲଙ୍କ ନେତୃତ୍ୱରେ ଏସ୍ଟିଏଫ୍ ଟିମ୍ ଉଭୟଙ୍କୁ ଏନ୍କାଉଣ୍ଟର କରିଛି। ଘଟଣାସ୍ଥଳରୁ ଏସଟିଏଫ ବିଦେଶରେ ନିର୍ମିତ ଆଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି।
ମାଫିଆ ଅତିକ୍ ଅହମଦର ପୁଅ ଅସଦ ଓ ସୁଟର ମହମ୍ମଦ ଗୁଲାମ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











