ନୂଆଦିଲ୍ଲୀ : ସତ ମାନିଲା ପାକିସ୍ତାନ ।ଭାରତର ପ୍ରଚଣ୍ଡ ଆକ୍ରମଣକୁ ପାକ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର । ବାୟୁସେନାର ଆକ୍ରମଣକୁ ମାନିଲେ ସେହବ୍ୱାଜ ସରିଫ । ନୂର ଖାନ ଏୟାରବେସରେ ମିସାଇଲ ମାଡକୁ ସ୍ୱୀକାର କଲେ । ଆର୍ମି ମୁଖ୍ୟ ଅସିମ ମୁନିର ରାତି ୨ଟା୩୦ ମିନିଟରେ ଫୋନ କରିଥିଲେ । ଭାରତ ବାଲିଷ୍ଟିକ ମିସାଇଲ ମାଡ କରିଥିବା ଜଣାଇଥିଲେ । ପୂର୍ବରୁ ସତ ମାନିବାକୁ ନାରାଜ ଥିବା ପାକିସ୍ତାନ ମିଛରେ ନିଜ ଦେଶର ବିଜୟ ହୋଇଛି କହି ଖୁସି ମନାଉଥିବା ବେଳେ ନିଜେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପାକ୍ ସେନାଙ୍କ ସାହସକୁ ନେଇ ବହି ଲେଖିବେ ବୋଲି କହିଥିଲେ । ହେଲେ ଏକ କାର୍ୟ୍ୟକ୍ରମରେ ସରିଫ ନିଜେ କହିଛନ୍ତି, ଗତ ମେ‘ ୧୦ ତାରିଖ ରାତି ୨ଟା ୩୦ରେ ସେନା ମୁଖ୍ୟ ଅସୀମ ମୁନୀର ସିକ୍ୟୁର ଲାଇନରେ ଫୋନ୍ କରି ଭାରତର ମିସାଇଲ ଆକ୍ରମଣ ବାବଦରେ ମତେ କହିଥିଲେ । ପାକିସ୍ତାନର ନୂରଖାନ୍ ଏୟାରବେସ୍ ଓ ଅନ୍ୟ ଅଞ୍ଚଳରେ ଭାରତୀୟ ସେନା ଆକ୍ରମଣ କରିଥିବା ସୂଚନା ଦେଇଥିଲେ । ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଦର୍ଶାଉଛି, ଅପରେସନ ସିନ୍ଦୂରରେ ପାକ୍ ଉପରେ ଜୋରଦାର ଆକ୍ରମଣ କରିଥିଲା ଭାରତ । ଏହାପୂର୍ବରୁ ପାକ୍ ଏୟାରବେସ୍ ଉପରେ ଭାରତର ଆକ୍ରମଣକୁ ବାରମ୍ବାର ଫାଙ୍କି ଆସୁଥିଲା ପାକିସ୍ତାନ । ହେଲେ ଯେତେବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ସତ ମାନିଛନ୍ତି ଏବେ ବିଶ୍ବ ଜାଣିଲା ଯେ ଆତଙ୍କୀଙ୍କୁ ପ୍ରଶ୍ରୟ ଦେଲେ ଭାରତ କେମିତି ଶକ୍ତ ପ୍ରହାର କରିପାରେ ବୋଲି ।
ମାନିଲା ପାକିସ୍ତାନ, ଭାରତର ପ୍ରଚଣ୍ଡ ଆକ୍ରମଣକୁ ପାକ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର

Facebook
Twitter
LinkedIn
Facebook
Twitter
LinkedIn
Recent News
ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ
ତାମିଲନାଡୁ : ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାର ସେମାଙ୍କୁପ୍ପମ ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଆଜି ସକାଳେ ଦେଖିବାକୁ ମିଳିଛି ।...
ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ
ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...
ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...
ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ
ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି...