ଭୋପାଳ : ବିଜେପି ପାଇଁ ମାନସିକ ରଖିଥିଲେ । ସେଥିପାଇ ପାଦରେ ଜୋତା ପିନ୍ଧୁ ନ ଥିଲେ । ଏବେ ମାନସିକ ହେଲା ପୁରଣ ଆଉ ଜୋତା ପିନ୍ଧାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାରାଜ ସିଂ ଚୈାହାନ । ୨୦୧୮ରେ ରାମଦାସ ପୁରୀ ନେଇଥିଲେ ପ୍ରତିଜ୍ଞା । ଆଉ ଏବେ ତାହା ପୂରଣ ହେଲା । ବିଜେପି ନିର୍ବାଚନ ଜିତି ସତ୍ତାକୁ ଆସିଲା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ । ୬ ବର୍ଷ ପରେ ପାଦରେ ଜୋତା ପିନ୍ଧାଇ ରାମଦାସଙ୍କ ସଙ୍କଳ୍ପ ପୁରା କରିଥିଲେ ।
ସୂଚନା ଅନୁଯାୟୀ , ୨୦୧୮ରେ ବିଧାନସଭା ନିର୍ବାଚନରେ ବିଜେପି ପରାଜୟ ହୋଇଥିଲା । କଂଗ୍ରେସ ଜିତି ସରକାର ଗଠନ କରିଥିଲା । କମଲନାଥଙ୍କ ହାତରେ ଥିଲା ମଧ୍ୟପ୍ରଦେଶର ଭାଗ୍ୟ । କିନ୍ତୁ କିଛି ମତଭେଦ ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ସମର୍ଥନ ଫେରାଇ ଆଣିଥିଲେ ଏବଂ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦ ଫେରାବାକୁ ପଡିଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ସଦସ୍ୟତାରୁ ବାହାରି ବିଜେପିରେ ଯୋଗ ଦେଇଥିଲେ । ସିନ୍ଧିଆଙ୍କ ସମର୍ଥନରେ ବିଜେପି ୧ ବର୍ଷ ୩ ମାସ ପରେ ସରକାର ପୁଣି ଥରେ ଫେରି ପାଇଥିଲା । ବିଜେପି ଶିବରାଜ ସିଂହ ଚୈାହ୍ୱାନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା କିନ୍ତୁ ନିର୍ବାଚନ ଜିତି ସରକାର ଗଠନ ହୋଇ ନ ଥିଲା । କିନ୍ତୁ ୨୦୨୩ରେ ବିଜେପି କଂଗ୍ରେସକୁ ବହୁ ମାତ୍ରାରେ ହରାଇ ସତ୍ତା ହାସଲ କରିଥିଲା । ଏହି କ୍ରମରେ ରାମଦାସ ପୁରୀଙ୍କର ସଂକଳ୍ପ ପୂରଣ ହୋଇଥିଲା ।
ମାନସିକ ହେଲା ପୂରଣ , ଜୋତା ପିନ୍ଧିଲେ ରାମଦାସ ପୁରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











