ରେଢ଼ାଖୋଲ : ମାତିଛି କଲରାପତିରିଆ ବାଘ। ଅଞ୍ଚଳବାସୀ ଆତଙ୍କିତ । ରେଢ଼ାଖୋଲ ବନଖଣ୍ଡ ଗିରିଶଚନ୍ଦ୍ରପୁର ରେଞ୍ଜ ଖୋଲଗଡ ସଂରକ୍ଷିତ ଜଙ୍ଗଳର ମଙ୍ଗଳପୁର ଗାଁ ନିକଟରେ ୭ ଟି ଛେଳିକୁ ଏକ କଲରାପତରିଆ ବାଘ ମାରି ଖାଇଥିବା ଜଣାପଡିଛି । ମଙ୍ଗଳପୁର ଗାଁର ଯୋଗେଶ ଲାକ୍ରା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ହେଲେ ସନ୍ଧ୍ୟାରେ ଘରକୁ ଫେରିଲାବେଳେ ଛେଳି ଗୋଠରେ ୭ ଟି ଛେଳି ଆସିନଥିଲେ। ସକାଳେ ଜଙ୍ଗଲ ଭିତରେ ଛେଳିକୁ ଏକ କଳରାପତରିଆ ବାଘ ଖାଉଥିବା ଯୋଗେଶ ଦେଖିବାକୁ ପାଇଥିଲେ । ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
Views: 97