The Ultimate Managed Hosting Platform
ADVERTISEMENT

ମାଟ୍ରିକ ରେଜଲ୍ଟ : ଏଥର ବି ପୁଅଙ୍କୁ ଟପିଲେ ଝିଅ , ଗଜପତିରେ ସର୍ବାଧିକ ଓ କୋରାପୁଟରେ ସର୍ବନିମ୍ନ ପାସ ହାର

Facebook
Twitter
LinkedIn

ଭୁବନେଶ୍ୱର : ପୁଅଙ୍କ ତୁଳନାରେ ଝିଅଙ୍କ ପାସହାର ଅଧିକ । ଚଳିତବର୍ଷ ୨ ଲକ୍ଷ ୪୦ ହଜାର ୨୫୧ ପୁଅ କୃତକାର୍ଯ୍ୟ । ବହୁ ପ୍ରତୀକ୍ଷିତ ଏହି ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ଜାରି କରି ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି, ମାଟ୍ରିକ୍ ପରୀକ୍ଷା-୨୦୨୫ ପାଇଁ ୫,୧୦,୭୮୯ ଜଣ ଛାତ୍ରଛାତ୍ରୀ ଫର୍ମଫିଲପ୍ କରଥିଲେ। ଏଥିରୁ ୫,୦୨,୪୧୭ ଜଣ ପରୀକ୍ଷା ଦେଇିଥିଲେ। ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୪,୮୪,୮୬୩ ଜଣ ପାସ୍ କରିଛନ୍ତି। ଚଳିତ ବର୍ଷ ୨,୪୦,୨୫୧ ଜଣ ପୁଅ ପାସ୍ କରିଥିବା ବେଳେ ୨,୪୪,୬୧୨ ଜଣ ଝିଅ ପାସ୍ କରିଛନ୍ତି। ମୋଟ ୧୭,୩୮୪ ଜଣ ପିଲା ଫେଲ୍ ହୋଇଛନ୍ତି। ଏ-୧ ଗ୍ରେଡ୍ରେ ୧୮୧୨, ଏ-୨ ଗ୍ରେଡ୍ରେ ୧୨,୨୦୦, ବି-୧ ଗ୍ରେଡ୍ରେ ୩୮,୮୩୧, ବି-୨ ଗ୍ରେଡରେ ୮୪,୯୭୧, ସି-ଗ୍ରେଡ୍ରେ ୧,୩୩,୮୮୨, ଡି ଗ୍ରେଡ୍ରେ ୧,୪୬,୧୫୪ ଓ ଇ ଗ୍ରେଡ୍ରେ ୬୭,୦୧୩ ଜଣ ପିଲା ପାସ୍ କରିଛନ୍ତି। ସବୁ ସ୍କୁଲରେ ପିଲାମାନେ ପାସ କରିଛନ୍ତି। ୩୨୭୩ ସ୍କୁଲରେ ଫଳାଫଳ ୧୦୦ ପ୍ରତିଶତ ରହିଛି। ଗଜପତି ଜିଲ୍ଲାରେ ପାସ ହାର ସର୍ବାଧିକ ୯୯.୩୫ ପ୍ରତିଶତ ଥିବା ବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୯୨.୮୩ ପ୍ରତିଶତ ରହିଛି।
ସେହିପରି ମଧ୍ୟମାରେ ୩୩୪୩ ଫର୍ମଫିଲପ କରିଥିବା ବେଳେ ୨୯୧୭ ପରୀକ୍ଷା ଦେଇଥିଲେ। ଏଥିରୁ ୨୮୬୮ ଜଣ ପାସ କରିଛନ୍ତି, ଯାହା ୮୫.୭୯ ପ୍ରତିଶତ। ଓପନ ସ୍କୁଲିଂ ପାଇଁ ୫୬୦୬ ଜଣ ଫର୍ମ ଫିଲପ୍ କରିଥିଲେ। ସେଥିରୁ ୫୫୯୧ ଜଣ ପରୀକ୍ଷା ଦେଇଥିଲେ। କିନ୍ତୁ ୪୧୮୧ ଜଣ ପାସ କରିଛନ୍ତି, ଯାହାକି ୭୬.୭୮ ପ୍ରତିଶତ ବୋଲି ମନ୍ତ୍ରୀ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ କି ସମନ୍ଥା ?

ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ କି ସମନ୍ଥା ?

ମୁମ୍ବାଇ : ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଛାଡ଼ପତ୍ର ନେବା ପରଠାରୁ ଆଜି ପର୍ୟ୍ୟନ୍ତ ଚର୍ଚ୍ଚାରେ ରହିଛନ୍ତି ସାଉଥ୍ ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା । ବର୍ତ୍ତମାନ ନୂଆ ରିଲେସନସିପକୁ...

ADVERTISEMENT
ବଙ୍ଗୋସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଏହାର ପ୍ରଭାବ ନେଇ କିଛି ସ୍ପଷ୍ଟ ହୋଇନି

ବଙ୍ଗୋସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଏହାର ପ୍ରଭାବ ନେଇ କିଛି ସ୍ପଷ୍ଟ ହୋଇନି

ଭୁବନେଶ୍ୱର : ବଙ୍ଗୋସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ । ଦକ୍ଷିଣ ପଶ୍ଚିମ ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ । ଏହାର ପ୍ରଭାବ ନେଇ ସେପରି କିଛି ସ୍ପଷ୍ଟ...