The Ultimate Managed Hosting Platform
ADVERTISEMENT

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ହେଲେ ପ୍ରଧାନଶିକ୍ଷକ ଦାୟୀ

Facebook
Twitter
LinkedIn

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡା ତାଗିଦ୍ । ମାଟ୍ରିକ ପ୍ରଶ୍ନପତ୍ର ଲିକ କିମ୍ବା ଭାଇରାଲ ହେଲେ ସମ୍ପୃକ୍ତ ସ୍କୁଲ ପ୍ରଧାନଶିକ୍ଷକ ହିଁ ଦାୟୀ ରହିବେ। ଏପରି ଅନେକ କିଛି ସଂସ୍କାର ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପଞ୍ଚମ ବ୍ଲକ ସ୍ତରୀୟ ମାସିକ ଆଲୋଚନା କାର୍ୟ୍ୟକ୍ରମରେ ଅବଗତ କରିବା ସହ ଏକ ଲେଖା ବି ପ୍ରକାଶ ପାଇଛି। ଦିନ କେଇଟା ପରେ ମାଟ୍ରିକ୍ ପରୀକ୍ଷା ତା’ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯଦି କୌଣସି ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନଜରକୁ ଆସେ ତାହାହେଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଏଥିପାଇଁ ଦାୟୀ ରହିବେ ଏବଂ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ। ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କ ବ୍ୟତୀତ ଅନ୍ୟ କେହି କେନ୍ଦ୍ର ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ। ମୋବାଇଲ୍ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସେହିପରି ପ୍ରଶ୍ନପତ୍ର ଥିବା ଆଲମାରିର ଚାବିକାଠି କେବଳ କେନ୍ଦ୍ର କୌଣସି ପ୍ୟାକେଟ୍ କିମ୍ବା କାଗଜପତ୍ର ଯାଞ୍ଚ କରିବାକୁ ଦେବା ପୂର୍ବରୁ ସମ୍ପୃକ୍ତ ଅଧିକାରୀଙ୍କ ପରିଚୟ ସମ୍ପର୍କରେ ପରିଚାଳକ ଭଲ ଭାବେ ଜାଣିଥିବା ଆବଶ୍ୟକ। ଅଚିହ୍ନା ବ୍ୟକ୍ତିକୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ନ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login