The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ମାଟି ତଳୁ ବାହାରିଲା ବିରଳ ବୌଦ୍ଧ ମୂର୍ତ୍ତି

Facebook
Twitter
LinkedIn

ଭଦ୍ରକ : ଚାଲିଥିଲା ଘର କାମ । ମାଟି ଖୋଳୁ ଖୋଳୁ ମିଳିଲା ବିରଳ ବୌଦ୍ଧ ମୂର୍ତ୍ତି । ଭଦ୍ରକ ଜିଲ୍ଳା ଭଣ୍ଡାରୀପୋଖରୀ ବ୍ଲକ ଅଧୀନ ଷୋଳମପୁର ଗ୍ରାମର ବୁଦ୍ଧ ବିହାର ଠାରୁ ଏହି ମୂର୍ତ୍ତି ଉଦ୍ଧାର ହୋଇଛି । ଏଭଳି ବିରଳ ମୂର୍ତ୍ତିକୁ ଦେଖିବାକୁ ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, କମଳାକାନ୍ତ ନାୟକଙ୍କ ଘର କାମ ଲାଗି ମାଟି ଖୋଳା ଯାଉଥିଲା । ପ୍ରାୟ ୬ ଫୁଟ ତଳୁ ଏକ ବିରଳ ବୌଦ୍ଧ ଦେବାଦେବୀଙ୍କ ମୂର୍ତ୍ତି ଖୋଦିତ ପ୍ରତିମା ଉଦ୍ଧାର ହୋଇଛି । ମୂର୍ତ୍ତି ଉଦ୍ଧାର ସମ୍ପର୍କରେ ଖବର ପାଇ ସ୍ଥାନୀୟ ଗବେଷକ ତଥା ଇନଟାକ ସଦସ୍ୟ ବିଶ୍ୱମ୍ବର ରାଉତଙ୍କ ଉଦ୍ୟମ କ୍ରମେ ତାହାର ଅଧିକ ଗବେଷଣା ପାଇଁ ଓଡ଼ିଶାର ବିଶିଷ୍ଟ ପ୍ରତ୍ନତତ୍ୱବିତ ଡ ସୁନିଲ ପଟ୍ଟନାୟକ, ଗବେଷକ ଡଃ ଏକାଦଶୀ ପାଢ଼ୀ, ଭାରତୀୟ ସର୍ବେକ୍ଷଣ ସଂସ୍ଥାର ପ୍ରାକ୍ତନ ନିର୍ଦ୍ଦେଶକ ଅଶୋକ ପଟେଲଙ୍କ ସହିତ ଯୋଗାଯୋଗ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ ।

ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହା ଏକ ଖଣ୍ଡୋଲାଇଟ୍ ପ୍ରସ୍ତରରେ ନିର୍ମିତ । ତେବେ ଅଷ୍ଟମ କିମ୍ବା ନବମ ଶତାବ୍ଦୀର ଏକ ବିରଳ ବୁଦ୍ଧଙ୍କ ଜୀବନ କାହାଣୀ ସମ୍ବଳିତ ମୁର୍ତ୍ତି ବୋଲି ଅନୁମାନ କରାଯାଉଛି । ଏଥିରେ ଖୋଦିତ ହୋଇଥିବା ୪ଟି ମୂର୍ତ୍ତି ମଧ୍ୟରୁ ଡାହାଣରୁ ବାମକୁ ଦେଖିଲେ ପ୍ରଥମ ମୂର୍ତ୍ତିଟି ବୁଦ୍ଧଙ୍କ ଅଙ୍ଗରକ୍ଷୀ ଘୋଡ଼ା ସବାର ଚଣ୍ଡକ, ଦ୍ୱିତୀୟ ମୂର୍ତ୍ତିଟି ବରଦା ମୁଦ୍ରାରେ ସ୍ଵୟଂ ବୁଦ୍ଧ, ତୃତୀୟ ମୂର୍ତ୍ତିଟି ଭିକ୍ଷା ପାତ୍ର ଧାରୀ ବୁଦ୍ଧଙ୍କ ଅନୁଗାମୀ ଆନନ୍ଦ ଓ ଶେଷ ମୂର୍ତ୍ତିଟି ବାମହାତରେ ପଦ୍ମଫୁଲ ଓ ଡାହାଣ ହାତରେ ଦଣ୍ଡ ଧରିଥିବା ଅବଲୋକିତେଶ୍ୱରଙ୍କ ବିରଳ ମୂର୍ତ୍ତି ଅଟେ । ଏଭଳି ବିରଳ ମୂର୍ତ୍ତିକୁ ସ୍ଥାନୀୟ ଷୋଳମପୁର ବୌଦ୍ଧ ବିହାର ସଂଗ୍ରହାଳୟକୁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହି ମୂର୍ତ୍ତିକୁ ଦେଖିବା ପାଇଁ ନାହିଁ ନଥିବା ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login