The Ultimate Managed Hosting Platform
ADVERTISEMENT

ମାଛ ଧରିବା ବେଳେ ଭାସିଗଲେ ୩ ଜଣ

Facebook
Twitter
LinkedIn

ବଲାଙ୍ଗିର : ନାଳରୁ ମାଛ ଧରିବା ବେଳେ ୩ ଜଣ ଭାସିଗଲେ । ଆଗଲପୁର ଥାନା ପିପିଲିପାଲି ଗାଁର ୩ ଜଣ ଭାସିଗଲେ ।ଅଗ୍ନିଶମ ବାହିନୀ ଦ୍ୱାରା ଜଣଙ୍କୁ ଉଦ୍ଧାର , ଜଣେ ନିଖୋଜ । ଅନ୍ୟ ଜଣଙ୍କର ମୃତଦେହକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମୃତ ବ୍ୟକ୍ତି ହେଲେ ଗୋଲେଖ ପୋଢ଼। ନିଖୋଜ ବ୍ୟକ୍ତି ହେଲେ ପ୍ରମୋଦ ପୋଢ଼। ରଜନୀ ପୋଢ଼ଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ପିପିଲିପାଲି ଗ୍ରାମର ଗୋଲେଖ ପୋଢ଼, ପ୍ରମୋଦ ପୋଢ଼ ଓ ରଜନୀ ପୋଢ଼ ଆଜି ପୂର୍ବାହ୍ନ ୧୧ଟାରେ ମାଛ ଧରିବାକୁ ଗାଁ ନିକଟ କୁଲାରି ନାଳକୁ ଯାଇଥିଲେ। ମାଛ ଧରୁଥିବା ବେଳେ ଉପରମୁଣ୍ଡରୁ ବନ୍ୟା ଜଳସ୍ତର ବଢ଼ି ଯାଇଥିଲା। ଫଳରେ ସେମାନେ ଗଭୀର ପ।ଣିରେ ବୁଡ଼ି ଯାଇଥିଲେ। ଏହି ସମୟରେ ରଜନୀ ଚିତ୍କାର କରିବାରୁ ଲୋକମାନେ ଆସି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଗୋଲେଖ ପୋଢ଼ ଓ ରଜନୀ ପୋଢ଼ଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୋଲେଖଙ୍କୁ ମୃତ ଘୋଷଣା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login