The Ultimate Managed Hosting Platform
ADVERTISEMENT

ମାଗାଜିନ୍‌ ଉପରେ ମିଥ୍ୟା ଅଭିଯୋଗ ଲଗାଇଥିଲେ କଙ୍ଗନା

Facebook
Twitter
LinkedIn

ଫିଲ୍ମ ଅପେକ୍ଷା କଣ୍ଟ୍ରୋଭର୍ସି ପାଇଁ ଚର୍ଚ୍ଚାରେ ଥାଆନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍। ନିକଟରେ କଙ୍ଗନାଙ୍କୁ ବଲିଉଡର ସବୁଠାରୁ ବଡ ପୁରସ୍କାର ମଧ୍ୟରୁ ଫିଲ୍ମଫେୟାର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ମନୋନୀତ କରାଯାଇଥିଲା । କଙ୍ଗନା ତାଙ୍କ ଫିଲ୍ମ ‘ଥଲାଇଭା’ ପାଇଁ ଏହି ନାମାଙ୍କନ ପାଇଥିଲେ। ହେଲେ କଙ୍ଗନା ଏକ ମାଗାଜିନ ବିରୋଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ କରିବା ଆରମ୍ଭ କରିଥିଲେ। ଯାହା ପରେ ମାଗାଜିନ୍‌ ଏକ ଲମ୍ବା ବିବୃତ୍ତି ଦେଇ କଙ୍ଗନାଙ୍କ ନୋମିନେସନ୍‌କୁ ପ୍ରତ୍ୟାହାର ତଥା ଫେରାଇ ନେଇଛି।

କଙ୍ଗନାଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ଫିଲ୍ମଫେୟାର ପୁରସ୍କାର ପ୍ରତିକ୍ରିୟାରେ କହିଛି ଯେ ଅଭିନେତ୍ରୀଙ୍କୁ ଆୱାର୍ଡ ଦିଆଯିବା ବିଷୟରେ କିମ୍ବା ଇଭେଣ୍ଟରେ କୌଣସି ପରଫମାନ୍ସ ପାଇଁ କୁହା ଯାଇନାହିଁ। ମାଗାଜିନ୍‌ ସେହି ମେସେଜ୍‌ ବି ପବ୍ଲିସ୍‌ କରିଛି କି ନୋମିନେସନ୍‌ ପାଇଁ କଙ୍ଗନାକୁ ପଠାଯାଇଥିବା ନେଇ କହିଛି। ମେସେଜ୍‌ରେ ଲେଖାଥିଲା, ‘ନମସ୍କାର କଙ୍ଗନା, ଫିଲ୍ମଫେୟାର ପୁରସ୍କାରରେ ଆପଣଙ୍କ ନୋମିନେସ୍‌ ପାଇଁ ଅଭିନନ୍ଦନ । ସେଠାରେ ଉପସ୍ଥିତ ରହିବା ଅତ୍ୟନ୍ତ ଆନନ୍ଦଦାୟକ ହେବ, ଦୟାକରି ୩୦ ଅଗଷ୍ଟରେ ମୁମ୍ବାଇର BKC ସ୍ଥିତ ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆପଣଙ୍କର ଉପସ୍ଥିତି ନିଶ୍ଚିତ କରନ୍ତୁ । ଏହା ଆପଣଙ୍କ ସିଟ୍‌ ରିଜର୍ଭ କରିବାରେ ସାହାଯ୍ୟ ମିଳିବ। ଦୟାକରି ଆମକୁ ଆପଣଙ୍କର ଘର ଠିକଣା ପଠାନ୍ତୁ ଯାହା ଦ୍ଵାରା ଆମେ ଆପଣଙ୍କୁ ନିମନ୍ତ୍ରଣ ପଠାଇ ପାରିବୁ। ‘

ପତ୍ରିକା ଏହାର ଲମ୍ବା ମେସେଜ୍‌ରେ ମଧ୍ୟ କହିଛି ଯେ କଙ୍ଗନା ରାଣାୱତଙ୍କ ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ। ସେ କଙ୍ଗନାଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରି ସମସ୍ତ ଚଳଚ୍ଚିତ୍ର କଳାକାରଙ୍କ ସହ ଭାରତୀୟ ସିନେମା ସହିତ ସେଲିବ୍ରେଟ୍‌ କରିବାକୁ ଚାହୁଁଛନ୍ତି। ଫିଲ୍ମଫେୟାର ମଧ୍ୟ ଏହାର ବାର୍ତ୍ତାରେ ସ୍ପଷ୍ଟ କରିଛି ଯେ ସେମାନେ ଏହି ପୁରସ୍କାରରେ ସେହି ନମିନିଙ୍କୁ ପ୍ରଦାନ କରନ୍ତି, ଯିଏ ସେ କାର୍ଯ୍ୟରେ ଉପସ୍ଥିତ ଥାଉ କିମ୍ବା ନଥାଉ। କହିବାକୁ ଗଲେ କଙ୍ଗନା ୫ଟି ଫିଲ୍ମଫେୟାର ଆୱାର୍ଡ ଜିତି ସାରିଛନ୍ତି। ସେଥିମଧ୍ୟରୁ ସେ ୨ଟି ଆୱାର୍ଡ ପରଫମାନ୍ସରେ ବି ଉପସ୍ଥିତ ନଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login